ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ଉଦ୍ଧବ ଠାକରେ ନଷ୍ଟ କରିଛନ୍ତି ପ୍ରମାଣ: ବିଜେପି ବିଧାୟକ
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ୪ ବର୍ଷ ପରେ ସିବିଆଇ ଦାଖଲ କରିଛି କ୍ଲୋଜର ରିପୋର୍ଟ। ମୁମ୍ବାଇ କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ। ସୂଚନାମୁତାବକ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନଚିଟ୍ ଦେଇଛି ସିବିଆଇ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି କ୍ଲୋଜର ରିପୋର୍ଟରେ ଉଲ୍ଲେଖ ହୋଇଛି।
ସୁଶାନ୍ତଙ୍କ ବାପା ରିୟାଙ୍କ ଉପରେ ଲଗାଇଥିବା ଆରୋପ ଏବଂ ରିୟାଙ୍କ ପକ୍ଷରୁ ସୁଶାନ୍ତଙ୍କ ପରିବାର ଉପରେ ହୋଇଥିବା ଅଭିଯୋଗ, ଦୁଇଟି ଯାକ ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି । ତେବେ ସୁଶାନ୍ତଙ୍କ ପରିବାର ପକ୍ଷରୁ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରାଯାଇପାରିବ ବୋଲି କୁହାଯାଇଛି।

ବିଜେପି ବିଧାୟକ ଅଭିଯୋଗ କରିଛନ୍ତି ଯେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ଲୋକଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରମାଣ ନଷ୍ଟ କରିଦେଇଥିଲେ। କେବଳ ଏତିକି ନୁହେଁ, ଘରର ଫର୍ଣ୍ଣିଚରଗୁଡ଼ିକୁ ବାହାର କରି ରଙ୍ଗ କରିବା ପରେ ଘରର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା।
ରାମ କଦମ ଆହୁରି କହିଛନ୍ତି, ଯେତେବେଳେ ସମସ୍ତ ପ୍ରମାଣ ନଷ୍ଟ ହୋଇଯିବ ଏବଂ ସେମାନଙ୍କ ନେତାମାନେ ରିଆ ଚକ୍ରବର୍ତ୍ତୀଙ୍କ ସହିତ ମୁଖପାତ୍ର ଭାବରେ ଠିଆ ହେବେ ସେତେବେଳେ ପ୍ରଶ୍ନ ଉଠିବା ସ୍ୱାଭାବିକ।' ଯଦି ଉଦ୍ଧବ ଠାକରେ ପୂର୍ବରୁ ମାମଲାଟି ସିବିଆଇକୁ ଦେଇଥାନ୍ତେ, ତେବେ ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କୁ ନ୍ୟାୟ ମିଳିଥାନ୍ତା। ଯଦି ତାଙ୍କୁ ନ୍ୟାୟ ମିଳିନାହିଁ, ତେବେ ଏଥିପାଇଁ ତତ୍କାଳୀନ ଉଦ୍ଧବ ଠାକରେ ଦାୟୀ।












Click it and Unblock the Notifications