ଷଷ୍ଠ ପର୍ଯ୍ୟୟ ନିର୍ବାଚନରେ ନବୀନ ଜିନ୍ଦଲ ସବୁଠୁ ଧନୀ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ । ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୫୮ଟି ଆସନରେ ହେବ ମତଦାନ । ଏଥିରେ ରହିଛି ଦିଲ୍ଲୀର ୭ଟି, ବିହାରର ୮ଟି, ହରିୟାଣାର ୧୦ଟି , ଝାଡଖଣ୍ଡର ୪ଟି, ଓଡିଶାର ୬ଟି, ଉତ୍ତରପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଓ ଜାମ୍ମୁକାଶ୍ମୀରର ଗୋଟିଏ ଆସନ । ଷଷ୍ଠ ପର୍ଯ୍ୟାୟରେ ୫୮ଟି ଆସନରେ ୮୮୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା ।

ଆଉ ଏହି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ନେତାଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି ନବୀନ ଜିନ୍ଦଲ । ୧୨୪୧ କୋଟି ଟଙ୍କାର ସମ୍ପତ୍ତି ସହ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲ ଲୋକସଭା ନିର୍ବାଚରନ ୨୦୨୪ର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ କଂଗ୍ରେସ ଦଳ ଛାଡ଼ିଥିବା ଜିନ୍ଦଲ ହରିୟାଣାର କୁରୁକ୍ଷେତ୍ର ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

Naveen Jindal

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଅଧ୍ୟକ୍ଷ ଜିନ୍ଦଲ ୨୦୦୯ରେ କଂଗ୍ରେସ ଟିକେଟରେ କୁରୁକ୍ଷେତ୍ର ଆସନରୁ ବିଜୟୀ ହୋଇଥିଲେ । ୨୦୧୪ରେ ସେ ଏହି ଆସନରୁ ହାରିଥିଲେ ଏବଂ ୨୦୧୯ରେ ନିର୍ବାଚନ ଲଢ଼ି ନ ଥିଲେ । ବର୍ତ୍ତମାନ ହରିୟାଣାର ମୁଖ୍ୟମନ୍ତ୍ରୀ ଥିବା ବିଜେପିର ନୟାବ ସିଂହ ସାଇନି ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିଲେ । କୋଟିପତି ଜିନ୍ଦଲଙ୍କ ମୁକାବିଲା ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ (ଆଇଏନ୍‌ଏଲ୍‌ଡି)ର ଅଭୟ ଚୌତାଲା ଏବଂ ଆମ୍ ଆଦମୀ ପାର୍ଟିର ସୁଶୀଲ ଗୁପ୍ତାଙ୍କ ସହ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+