Get Updates
Get notified of breaking news, exclusive insights, and must-see stories!

ନବରାତ୍ରୀରେ ତେଜସ୍ୱୀ ଖାଇଲେ ମାଛ, ବିଜେପି କହିଲା ଏମାନେ.....

ପାଟନା: ଦେଶରେ ବର୍ତ୍ତମାନ ନିର୍ବାଚନର ମାହୋଲ । ଆଉ ଏବେ ଦେଶରେ ସବୁ ଦଳର ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ସାଧାରଣ ସଭା ଆୟୋଜନ କରି ଜନତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିଛନ୍ତି । ଗ୍ରାଉଣ୍ଡ ସ୍ତରରେ ପ୍ରଚାର ଜୋରଦାର କରୁଛନ୍ତି । ଆଉ ଏହିସବୁ ଭିତରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ଗଠବନ୍ଧନର ସହଯୋଗୀ ପ୍ରାର୍ଥୀଙ୍କ ସହିତ ରାଲି କରି ଭୋଟ ମାଗୁଛନ୍ତି ।

ଏଭଳି ସମୟରେ ନବରାତ୍ରିର ପ୍ରଥମ ଦିନରେ ତେଜସ୍ୱୀ ଯାଦବ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ ଭିଆଇପି ମୁଖ୍ୟ ମୁକେଶ ସାହନିଙ୍କ ସହ ହେଲିକପ୍ଟରରେ ମାଛ ଏବଂ ରୁଟି ଖାଉଥିବା ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଭିଡିଓକୁ ନେଇ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏବଂ ବିଜେପି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ନବରାତ୍ରୀ ସମୟରେ ତେଜସ୍ୱୀ ଯାଦବ ମାଛ ଖାଉଥିବାରୁ ବିଜେପି ତାଙ୍କୁ ଟ୍ରୋଲ୍ କରିଛି । ବିଜେପି ନେତା ବିଜୟ ସିହ୍ନା କହିଛନ୍ତି ଯେ, 'ଏମାନେ ସନାତନୀ ହେବାକୁ ଚାହାଁନ୍ତି କିନ୍ତୁ ସନାତନୀର ମୂଲ୍ୟବୋଧ ଶିଖିପାରିଲେ ନାହିଁ ।

tejashwi Yadav

ଏମାନେ ଶ୍ରାବଣରେ ମଟନ ଓ ନବରାତ୍ର ସମୟରେ ମାଛ ଖାଇଥାନ୍ତି । ଏହି ଲୋକମାନେ କେବଳ ଭୋଟ୍ ପାଇଁ ଏତେ ତଳ ସ୍ତରକୁ ଚାଲି ଯାଉଛନ୍ତି । ଏହା ସହ ଏମାନେ ଧର୍ମ ଏବଂ ମୂଲ୍ୟବୋଧକୁ ଲଜ୍ଜିତ କରିଥାନ୍ତି ଏବଂ ଧର୍ମକୁ ଅପମାନ ମଧ୍ୟ କରନ୍ତି ବୋଲି କହିଛନ୍ତି ବିଜୟ ସିହ୍ନା ।ସେହିପରି ଗିରିରାଜ ସିଂ କହିଛନ୍ତି, 'ତେଜସ୍ୱୀ ଯାଦବ ହେଉଛନ୍ତି ଜଣେ ଋତୁକାଳୀନ ସନାତନୀ ।

ଯେତେବେଳେ ତାଙ୍କ ସରକାର କ୍ଷମତାରେ ଥିଲେ, ତାଙ୍କ ପିତା ଭୋଟ୍ ପାଇଁ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବେଆଇନ ଭାବେ ରଖିଥିଲେ । ସେମାନେ ଭୋଟ ବ୍ୟବସାୟୀ, ସନାତନ ପୁରୋହିତ ନୁହଁନ୍ତି ବୋଲି କହିଛନ୍ତି ଗିରିରାଜ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+