କୃଷକ ଆନ୍ଦୋଳନକୁ ନେଇ କଙ୍ଗନାଙ୍କ ମନ୍ତବ୍ୟରୁ ନିଜକୁ ପୃଥକ କଲା ବିଜେପି
ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ମଣ୍ଡି ଲୋକସଭା ଆସନର ବିଜେପି ସାଂସଦ କଙ୍ଗନା ରଣାଓ୍ବତ କୃଷକ ଆନ୍ଦୋଳନକୁ ନେଇ ଦେଇଥିବା ବିବାଦୀୟ ହେବା ପରେ ଏଥିରୁ ନିଜକୁ ଦୂରେଇ ନେଇଛି ତାଙ୍କ ନିଜ ଦଳ ବିଜେପି । ବିରୋଧୀ ବିଜେପିକୁ ଟାର୍ଗେଟ କରିବା ସହ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରୁଛନ୍ତି ।
ବିବାଦ ବଢ଼ିବା ପରେ ଦଳ ପକ୍ଷରୁ ଅଧିକାରିକ ଭାବେ ବୟାନ ଜାରି କରାଯାଇଛି । କଙ୍ଗନାଙ୍କ ଦ୍ବାରା ଜାରି କରାଯାଇଥିବା ବୟାନ ଉପରେ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ କୁହାଯାଇଛି, କଙ୍ଗନାଙ୍କୁ ସୂଚିତ କରିଦିଆଯାଇଛି ଆଗକୁ ଏପରି ବୟାନ ଦେବାରୁ ସେ ବିରତ ରହିବେ । ଦଳ ଏକ ବିବୃତ୍ତି ଜାରି କରି କହିଛି, "କଙ୍ଗନାଙ୍କ ଟିପ୍ପଣୀ ସମ୍ପୂର୍ଣ୍ଣ ବ୍ୟକ୍ତିଗତ।
ଭବିଷ୍ୟତରେ ଏପରି ବିବୃତ୍ତିଠୁ ଦୂରେଇ ରହିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।" ବିଜେପି ବିବୃତ୍ତିରେ ଆହୁରି କୁହାଯାଇଛି ଯେ, କୃଷକ ଆନ୍ଦୋଳନ ଉପରେ ସାଂସଦ କଙ୍ଗନା ରାଣାୱତ ଦେଇଥିବା ବୟାନ ଦଳର ମତ ନୁହେଁ। ଭାରତୀୟ ଜନତା ପାର୍ଟି ତାଙ୍କ ବୟାନ ଉପରେ ଅସହମତି ବ୍ୟକ୍ତି କରୁଛି। କଙ୍ଗନା ରାଣାୱତଙ୍କୁ ଦଳ ପକ୍ଷରୁ ଏବଂ ଦଳର ନୀତିଗତ ପ୍ରସଙ୍ଗ ଉପରେ ନା କହିବାକୁ ଅନୁମତି ଦିଆଯାଇଛି ନା ସେ ଏ ଅଧିକାର ପାଇଛନ୍ତି।

ମଣ୍ଡି ବିଜେପି ସାଂସଦ କଙ୍ଗନା ରଣାୱତ ଏକ ସାକ୍ଷାତକାରରେ ଦାବି କରିଥିଲେ ଯେ ଭାରତରେ ୨୦୨୦ ଚାଷୀ ଆନ୍ଦୋଳନ କାଳରେ ବାଂଲାଦେଶ ଭଳି ଅରାଜକତା ହୋଇପାରିଥାନ୍ତା। 'ଚାଷୀଙ୍କ ବିରୋଧ ନାମରେ ବାଂଲାଦେଶ ଭଳି ଅରାଜକତା ଭାରତରେ ବି ହୋଇପାରିଥାନ୍ତା'। କଙ୍ଗନା ରବିବାର ଏକ ପୋଷ୍ଟକୁ ରିଟ୍ୱିଟ୍ କରିଥିଲେ। ଏଥିରେ ସାକ୍ଷାତକାରରେ ତାଙ୍କ ମନ୍ତବ୍ୟକୁ ହାଇଲାଇଟ୍ କରାଯାଇଥିଲା। ଏଣୁ ତାଙ୍କ ପାର୍ଟି ସୋମବାର ଏ ବାବଦେ ନିଜ ପକ୍ଷ ସ୍ପଷ୍ଟ କରିଛି।












Click it and Unblock the Notifications