ବିଜେପି ଘୋଷଣା କଲା ଷଷ୍ଠ ପ୍ରାର୍ଥୀ ତାଲିକା,ଜାଣନ୍ତୁ ଏଥିରେ କାହାକୁ ମିଳିଛି ସୁଯୋଗ
ନୂଆଦିଲ୍ଲୀ: ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ଦିନ ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ କେବଳ ୩ ଜଣ ପ୍ରାର୍ଥୀଙ୍କ ନାମ ଅଛି, ସେଥିମଧ୍ୟରୁ ୨ ଟି ରାଜସ୍ଥାନର ଏବଂ ଜଣେ ମଣିପୁରର । ବିଜେପି ପ୍ରାର୍ଥୀ ତାଲିକାରେ କାରୋଲିରୁ ଇନ୍ଦୁ ଦେବୀ ଜାଟବଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଦୋଉସାରୁ କହ୍ନେୟାଲାଲ ମୀନାଙ୍କୁ ବିଜେପି ଟିକେଟ ଦେଇଛି । ସେହିପରି ବିଜେପି ମଣିପୁର ଆସନରୁ ବସନ୍ତ କୁମାର ସିଂଙ୍କୁ ଟିକେଟ୍ ଦେଇଛି ।
ଉଲ୍ଲେଖ ଥାଉ କି ଏହାପୂର୍ବରୁ ମାର୍ଚ୍ଚ ୨୪ରେ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା । ପ୍ରାର୍ଥୀଙ୍କ ଏହି ତାଲିକାରେ ଉତ୍ତରପ୍ରଦେଶ-ବିହାର ସମେତ ଅନେକ ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ରହିଥିଲା । ଏହାପୂର୍ବରୁ ରବିବାର ଦିନ ଲୋକସଭା ନିର୍ବାଚନ ପାଇଁ ବିଜେପି ୫ ମ ତାଲିକା ପ୍ରକାଶ କରିଥିଲା । ଏଥିରେ ୧୭ ଟି ରାଜ୍ୟରେ ୧୧୧ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ପଞ୍ଚମ ତାଲିକାରେ ପଶ୍ଚିମବଙ୍ଗର ୧୯ ଟି ସିଟ୍,

ଓଡିଶାର ୧୮ ଟି ସିଟ୍, ବିହାରରେ ୧୭ ଟି ସିଟ୍, ଉତ୍ତରପ୍ରଦେଶର ୧୩ ଟି ସିଟ୍, ରାଜସ୍ଥାନର ୦୭ ଟି ସିଟ୍, ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟର ୬ ଟି ସିଟ୍, ହରିୟାଣା, ଏବଂ କର୍ଣ୍ଣାଟକ ୪ ଟି ସିଟ୍ ରହିଛି । ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାରେ ୨-୨ ସିଟ୍, ଝାଡଖଣ୍ଡ ଏବଂ ମହାରାଷ୍ଟ୍ରରେ ୩-୩ ସିଟ୍, ଗୋଆ, ସିକ୍କିମ୍ ଏବଂ ମିଜୋରାମରେ ୧-୧ ସିଟ୍ ପାଇଁ ପ୍ରାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ମୋଟ ୧୧୧ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ ମହିଳା ଥିଲେ ।
୫ମ ତାଲିକାରେ ଅନ୍ତର୍ଭୁକ୍ତ ବଡ ନାମ ହେଲା ଅଭିନେତ୍ରୀ କଙ୍ଗନା ରାନାୱତ ଏବଂ କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ୍ ଗାଙ୍ଗୋପାଧ୍ୟାୟ ଏବଂ ଶିଳ୍ପପତି ନବୀନ ଜିନ୍ଦଲ । ଏହି ତାଲିକା ଅନୁଯାୟୀ ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ କଙ୍ଗନା ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ବିଚାରପତି ଗାଙ୍ଗୋପାଧ୍ୟାୟ ପଶ୍ଚିମବଙ୍ଗର ତାମୁଲୁକରୁ ପ୍ରାର୍ଥୀ ହୋଇଛନ୍ତି । ଦଳ ଉତ୍ତରପ୍ରଦେଶର ପିଲିବିଟରୁ ବରୁଣ ଗାନ୍ଧୀଙ୍କୁ ହଟାଇ କଂଗ୍ରେସର ପୂର୍ବତନ ନେତା ଜିତିନ ପ୍ରସାଦଙ୍କୁ ଏହି ଆସନ ଦେଇଛି ।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରୁଣଙ୍କ ମାତା ମନେକା ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ସୁଲତାନପୁରରୁ ପ୍ରର୍ଥୀ କରାଯାଇଛି । କଂଗ୍ରେସର ପୂର୍ବତନ ସାଂସଦ ନବୀନ ଜିନ୍ଦଲଙ୍କୁ ହରିୟାଣାର କୁରୁକ୍ଷେତ୍ର ଆସନରୁ ଦଳର ପ୍ରାର୍ଥୀ କରିଛି । ଲୋକପ୍ରିୟ ଟିଭି ସିରିଏଲ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋବିଲ ଉତ୍ତରପ୍ରଦେଶର ମେରୁତ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।












Click it and Unblock the Notifications