Get Updates
Get notified of breaking news, exclusive insights, and must-see stories!

ବିହାର ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେପି, ତାଲିକାରେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ୍

ବିହାର ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି । ୪୦ ଜଣିଆ ତାଲିକା ଜାରି କଲା ବିଜେପି । ପ୍ରଥମରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନିର୍ବାଚନ ପ୍ରଚାର କରିବେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ । ଉତ୍ତର ପ୍ରଦେଶରୁ ପ୍ରଚାର କରିବେ ଯୋଗୀ ଆଦିତ୍ୟନାଥ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ।

ଆସାମରୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା ପ୍ରଚାର ତାଲିକାରେ ସାମିଲ ହୋଇଛନ୍ତି । ମଧ୍ୟପ୍ରଦେଶରୁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରଚାର କରିବେ । ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରଚାର କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହ ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକାରୀ, ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ତାଲିକାରେ ପ୍ରଚାର ପାଇଁ ସାମିଲ ଅଛନ୍ତି ।

bjp flag

ତାଲିକାରେ ଏକାଧିକ କେନ୍ଦ୍ର ମନ୍ତ୍ରୀ ଓ ଭୋଜପୁରୀ ଅଭିନେତା ସାମିଲ ଅଛନ୍ତି । ବିଜେପିର ତାଲିକାରେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ରାଜନୀତିରେ ପ୍ରବେଶ କରିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ପବନ ସିଂହ, ମନୋଜ ତିୱାରୀ, ରବି କିଶନ ଏବଂ ଦିନେଶ ଲାଲ (ନିରହୁଆ) ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ।

ବିଜେପି ତାଲିକାରେ ରାଜୀବ ପ୍ରତାପ ରୁଡି ଏବଂ ସ୍ମୃତି ଇରାନୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଅଶ୍ୱିନୀ ଚୌବେ ଏବଂ ନନ୍ଦ କିଶୋର ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। ଦଳ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ଭାବରେ ନାମିତ କରିଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ଭାବରେ ନାମିତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+