ବିଜେପି ପ୍ରକାଶ କଲା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ :ଦେଶରେ ଲୋକସଭା ନିର୍ବାଚନ ପାଇଁ ଏବେ ମାହୋଲ ରହିଛି ବେସ୍ ସରଗରମ । ଆଉ ଲୋକସଭା ନିର୍ବାଚନ ଲାଗି ବିଜେପି ତାର ନିକଟ ରେ ପଞ୍ଚମ ତାଲିକା ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଆଉ ଭାରତୀୟ ଜନତା ପାର୍ଟି ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହା ସହିତ ୪ଟି ରାଜ୍ୟରେ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସିକ୍କିମରେ ୯ ଜଣ ପ୍ରାର୍ଥୀଙ୍କ ନାମ ଦଳ ଘୋଷଣା କରିଛି ।

ଗୁଜରାଟରେ ୫ଜଣ, ହିମାଚଳ ପ୍ରଦେଶରେ ୬ଜଣ, କର୍ନାଟକରେ ଜଣେ ଏବଂ ପଶ୍ଚିମବଙ୍ଗରେ ୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସିକ୍କିମରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକାରେ ଭାଜପା ୧୪ଟି ନାମ ଘୋଷଣା କରିଥିଲା। ବର୍ତ୍ତମାନ ଦ୍ୱିତୀୟ ତାଲିକା ସହିତ ୨୩ଟି ଆସନରେ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଠାରେ ସମୁଦାୟ ୩୨ଟି ବିଧାନସଭା ଆସନ ଏବଂ ୧ଟି ଲୋକ ସଭା ଆସନ ଅଛି।












Click it and Unblock the Notifications