ଆସାମ ବିଧାନସଭା ନିର୍ବାଚନ ପାଇଁ ପାଇଁ ୮୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
ଏପ୍ରିଲ ୯ ତାରିଖରେ ହେବାକୁ ଥିବା ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ବିଜେପି ପକ୍ଷରୁ ୮୮ ଜଣ ପ୍ରାର୍ଥୀଙ୍କ ପ୍ରାରମ୍ଭିକ ତାଲିକା ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା କଲା କେନ୍ଦ୍ରୀୟ ନିର୍ବାଚନ କମିଟି। ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵ ଶର୍ମା ଜାଲୁକବାରିରୁ କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ। ଶାସକ ଦଳର ପ୍ରଥମ ଘୋଷଣାରେ ଦିସପୁର ପାଇଁ ପ୍ରଦ୍ୟୁତ ବୋର୍ଡୋଲୋଇଙ୍କ ନାମ ମଧ୍ୟ ତାଲିକାରେ ସାମିଲ କରାଯାଇଛି। କ୍ୟାବିନେଟ୍ ମନ୍ତ୍ରୀ ନନ୍ଦିତା ଗାର୍ଲୋସାଙ୍କୁ ଏଥର ଟିକେଟ୍ ଦିଆଯାଇ ନାହିଁ, ଯାହାକୁ ତାଲିକାରେ ଏକ ବଡ଼ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି। ଗୁଆହାଟୀର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ନୂତନ ମୁହଁଙ୍କୁ ପ୍ରାର୍ଥୀ କରିଛି, ଯାହା ସହରାଞ୍ଚଳରେ ରଣନୀତିରେ ପରିବର୍ତ୍ତନର ଏକ ସଙ୍କେତ ଦେଇଛି।













Click it and Unblock the Notifications