ବିଜେପି ପ୍ରାର୍ଥୀ ତାଲିକା: ମଣ୍ଡିରୁ କଙ୍ଗନା, ମିରଟରୁ ଅରୁଣ ଗୋଭିଲ, କୁରୁକ୍ଷେତ୍ରରୁ ନବୀନ ଜିନ୍ଦଲଙ୍କୁ ଟିକେଟ୍

ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୭ଟି ରାଜ୍ୟର ୧୧୧ଟି ଲୋକସଭା ଆସନ ଘୋଷଣା କରିଛି ଦଳ । ଏଥିରେ ଦଳକୁ ନବାଗତ, ବଲିଉଡ ସେଲିବ୍ରିଟି, ସମେତ ବହୁ ଜଣାଶୁଣା ଚେହେରାଙ୍କୁ ସ୍ଥାନ ମିଳିଛି ।

ବଲିଉଡ୍ ଅଭିନେତ୍ରୀ 'କୁଇନ'କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡିରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ ପାଇଁ ଖ୍ୟାତି ଅର୍ଜନ କରିଥିବା ଅରୁଣ ଗୋଭିଲଙ୍କୁ ମିରଟରୁ ପ୍ରାର୍ଥୀ କରିଛି ବିଜେପି। ସେହିପରି ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଉ ଦେଉ ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ରରୁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ୟୁପିର ସୁଲତାନପୁରରୁ ପୁଣି ପ୍ରାର୍ଥୀ ହେବେ ମେନକା ଗାନ୍ଧୀ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନଙ୍କୁ ଡୁମକା ଆସନରୁ ପ୍ରାର୍ଥୀ କରାଯାଇଛି । ପିଲଭିଟରେ ବରୁଣ ଗାନ୍ଧୀଙ୍କୁ ଟିକେଟ ମିଳିଛି । ପିଲଭିଟରୁ ପ୍ରାର୍ଥୀ ବନିଛନ୍ତି ଜିତିନ ପ୍ରସାଦ। କଂଗ୍ରେସରୁ ରାହୁଲ ଗାନ୍ଧି ପ୍ରାର୍ଥୀ ବନିଥିବା କେରଳ ୱାଏନାଡ଼ରେ ବିଜେପି ବରିଷ୍ଠ ନେତା କେ.ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି।

Lok Sabha elections 2024

ବିହାରର ସାରନ ଆସନରୁ ରାଜୀବ ପ୍ରତାପ ରୁଡ୍ଡୀ, ବେଗୁସରାଇରୁ ଗିରିରାଜ ସିଂହ, ପାଟଣାସାହେବରୁ ରବିଶଙ୍କର ପ୍ରସାଦଙ୍କୁ ଦଳ ଟିକେଟ ଦେଇଛି । ଆନ୍ଧ୍ରପ୍ରଦେଶରେ ରାଜମହେନ୍ଦ୍ରୀରୁ ଡି ପୁରେନ୍ଦରେଶ୍ୱରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭିକେ ସିଂହ, ପୂର୍ବତନ କେନ୍ଦ୍ରମନତ୍ରୀ ଅନନ୍ତ ହେଗଡେ, ସାଂସଦ ବରୁଣ ଗାନ୍ଧୀଙ୍କୁ ତାଲିକାରୁ ବାଦ ଦିଆଯାଇଛି ।

ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମିଜୋରାମ, ରାଜସ୍ଥାନ, ସିକ୍କିମ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

ଓଡ଼ିଶାର ୧୮ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଦେଇଛି ।
ବରଗଡ - ପ୍ରଦୀପ ପୁରୋହିତ
ସୁନ୍ଦରଗଡ- ଜୁଏଲ ଓରାମ
ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ
କେଉଁଝର- ଅନନ୍ତ ନାୟକ
ମୟୁରଭଞ୍ଜ- ନବ ଚରଣ ମାଝୀ
ବାଲେଶ୍ୱର -ପ୍ରତାପ ଷଡଙ୍ଗୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଢେଙ୍କାନାଳ- ରୂଦ୍ରନାରାୟଣ ପାଣି
ବଲାଙ୍ଗୀର - ସଂଗୀତା ସିଂ ଦେଓ
କଳାହାଣ୍ଡି- ମାଳବିକା କିଶୋରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ
କେନ୍ଦ୍ରାପଡ- ବୈଜୟନ୍ତ ପଣ୍ଡା
ଜଗତସିଂହପୁର- ବିଭୂପ୍ରସାଦ ତରାଇ
ପୁରୀ - ସମ୍ବିତ ପାତ୍ର
ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
ଆସ୍କା- ଅନିତା ଶୁଭଦର୍ଶନୀ
ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ
କୋରାପୁଟ - କାଲେରାମ ମା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+