ବିହାର ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଦରଭଙ୍ଗାର ଆଲିନଗରରୁ ଲଢିବେ ମୈଥିଲି
ବିହାର ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଜଣିଆ ତାଲିକା ଘୋଷଣା କରାଯାଇଛି । ଦରଭଙ୍ଗାର ଆଲିନଗରରୁ ଲଢିବେ ସିଙ୍ଗର ମୈଥିଲି ଠାକୁର । ବକ୍ସର ଆସନରୁ ଲଢିବେ ପୂର୍ବତନ ଆଇପିଏସ୍ ଅଫିସର୍ ଆନନ୍ଦ ମିଶ୍ର । ଆରଜେଡିରେ ଥିବା କେଦାର ନାଥ ସିଂହ ବାନିଆପୁରରୁ ପ୍ରାର୍ଥୀ ହୋଇଛନ୍ତି। ଛାପରାରୁ ସିଏନ ଗୁପ୍ତାଙ୍କ ଟିକେଟ୍ ମନା କରାଯାଇଛି ଏବଂ ଛୋଟି କୁମାରୀଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେପି ସୋନପୁରରୁ ବିନୟ କୁମାର ସିଂହଙ୍କୁ ଟିକେଟ୍ ଦେଇଛି, ସେ ବ୍ୟାରନ୍ ପ୍ରଭୁନାଥ ସିଂହଙ୍କ ଶାଳକ। ମୁଜାଫରପୁରରୁ ରଞ୍ଜନ କୁମାରଙ୍କୁ ଟିକେଟ୍ ମିଳିଛି। ବିଜେପି ଏପର୍ଯ୍ୟନ୍ତ ୮୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ବିଜେପି ତାର ପ୍ରଥମ ତାଲିକାରେ ମୋଟ ୭୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଆଜି ଦଳ ୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି, ଯାହା ଦ୍ୱାରା ଏପର୍ଯ୍ୟନ୍ତ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ଏନଡିଏଚୁକ୍ତି ଅନୁଯାୟୀ, ବିଜେପି ରାଜ୍ୟର ୨୪୩ ବିଧାନସଭା ଆସନ ମଧ୍ୟରୁ ୧୦୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଜେଡିୟୁ ମଧ୍ୟ ୧୦୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।












Click it and Unblock the Notifications