ଦିଲ୍ଲୀ ପାଇଁ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି, ଏହି ଆସନରୁ ଲଢ଼ିବେ କପିଲ୍ ମିଶ୍ର

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି । ଏହି ସୂଚୀରେ ୨୯ ଜଣଙ୍କ ନାଁ ଘୋଷଣା କରାଯାଇଛି । ଏଥିରେ କପିଲ ମିଶ୍ରଙ୍କୁ କରାୱଲ ନଗରରୁ ଟିକେଟ ଦିଆଯାଇଛି । ଅନ୍ୟ ପ୍ରାର୍ଥୀମାନେ ହେଲେ ନରେଲାରୁ ରାଜ କରଣ ଖତ୍ରୀ, ତିମାରପୁରରୁ ସୂର୍ଯ୍ୟ ପ୍ରକାଶ ଖତ୍ରୀ, ମୁଣ୍ଡକାରୁ ଗଜେନ୍ଦ୍ର ଦାରାଳ ଓ କିରାରିରୁ ବଜରଙ୍ଗ ଶୁକ୍ଳା।

ସୁଲତାନପୁର ମାଜରାରୁ କରମ ସିଂହ କର୍ମା, ଶକୁର ବସ୍ତି ଆସନରୁ କରମେଲ ସିଂହ, ତ୍ରି ନଗର ଆସନରୁ ତିଲକ ରାମ ଗୁପ୍ତା, ସଦର ବଜାର ଆସନରୁ ମନୋଜ କୁମାର ଜିନ୍ଦଲ ଏବଂ ଚାନ୍ଦନୀ ଚୌକ ଆସନରୁ ସତୀଶ ଜୈନ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

BJP releases 2nd candidates list for Delhi polls

ମାଟି ମହଲରୁ ଦୀପ୍ତି ଇନ୍ଦୋର, ବାଲିମରାନରୁ କମଲ ବାଗରୀ, ମୋତି ନଗରରୁ ହରିଶ ଖୁରାନା, ମାଡିପୁର (ଏସସି) ରୁ ଉର୍ମିଳା କୈଳାସ ଗଙ୍ଗୱାଲ, ହରି ନଗରରୁ ଶ୍ୟାମ ଶର୍ମା, ତିଲକ ନଗରରୁ ଶ୍ୱେତା ସାଇନି, ବିକାଶପୁରୀରୁ ପଙ୍କଜ କୁମାର ସିଂହ, ଉତ୍ତମ ନଗରରୁ ପୱନ ଶର୍ମା, ଦ୍ୱାରକାରୁ ପ୍ରଦ୍ୟୁମ୍ନ ରାଜପୁତ, ମାଟିଆଲାରୁ ସନ୍ଦୀପ ସେହରାୱତ, ନଜଫଗଡ଼ରୁ ନୀଲମ ପେହଲୱାନ ଏବଂ ପାଲାମରୁ କୁଲଦୀପ ସୋଲାଙ୍କିଙ୍କୁ ବିଜେପି ପ୍ରାର୍ଥୀ କରିଛି। ରାଜେନ୍ଦ୍ର ନଗରରୁ ଉମଙ୍ଗ ବଜାଜ, କସ୍ତୁରବା ନଗରରୁ ନୀରଜ ବସୋୟା ଓ ତୁଗଲକାବାଦରୁ ରୋହତାସ ବିଧୁରୀ ପ୍ରାର୍ଥୀ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+