୧୨ଟି ଭାଷାରେ ରିଲିଜ ହେଲା ବିଜେପିର ନିର୍ବାଚନୀ ଗୀତ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ୧୨ଟି ଭାଷାରେ ରିଲିଜ ହେଲା ବିଜେପିର ନିର୍ବାଚନୀ ଗୀତ । 'ତଭି ତୋ ସବ ମୋଦୀ କୋ ଚୁନତେ ହୈ'..ଏହି ଗୀତର ଟାଇଟେଲ୍ ରଖାଯାଇଛି । ଏହି ଗୀତରେ ରେ ମୋଦୀ ସରକାରଙ୍କ କାର୍ଯ୍ୟ, ସଫଳତା ବର୍ଣ୍ଣନା କରାଯାଇଛି ଏବଂ ପ୍ରତିଶ୍ରୁତିକୁ ପୂରଣ କରିଥିବା ନେଇ ଦାବି କରାଯାଇଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, "ସପନେ ନେହିଁ ହକିକତ ବୁନତେ ହୈ, ତଭି ତୋ ସବ୍ ମୋଦୀ କୋ ଚୁନତେ ହୈ'ଥିମ୍ ଗୀତକୁ ନେଇ ବିଜେପି ଦାବି କରିଛି ଯେ, ଏହି ସ୍ଲୋଗାନ ଜନସାଧାରଣଙ୍କଠାରୁ ଆସିଛି। ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଦଳ ଏପରି ଗୀତ ତିଆରି କରିଛି ।
From every corner of the nation, people from diverse backgrounds, speaking in every language are saying one thing in unison - our collective dreams have taken flight!
सपने नहीं हकीकत बुनते हैं, तभी तो सब मोदी को चुनते हैं। pic.twitter.com/kwz0lHPebv
— BJP (@BJP4India) April 10, 2024
ଏ ବାବଦରେ ବିଜେପି ସଭାପତି ଜେ.ପି ନଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କର ଏକ ଦଶନ୍ଧିର ପ୍ରୟାସକୁ ଏକ ସୁନ୍ଦର ଭିଡିଓ ଗୀତ, ଯାହା ତାଙ୍କ ନେତୃତ୍ୱ, କାର୍ଯ୍ୟ ଶୈଳୀ ଏବଂ ନିରନ୍ତର ପ୍ରୟାସକୁ ଏହି ଗୀତ ଜରିଆରେ ବର୍ଣ୍ଣନା କରାଯାଇଛି । ଏହିପରି ପ୍ରୟାସ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେଉଛି।
ଲୋକସଭା ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ବିଜେପି ନୂଆ ଗୀତ ରିଲିଜ୍ କରିଛି । ଏହି ଗୀତରେ ୨୦୧୪ ପୂର୍ବରୁ ପରିସ୍ଥିତି ଏବଂ ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ଚିତ୍ରରେ କେତେ ପରିବର୍ତ୍ତନ ହୋଇଥିଲା ତାହାର ଝଲକ ଦେଖିବା ପାଇଁ ମିଳୁଛି । ବିଜେପି ରିଲିଜ୍ କରିଥିବା ୩ ମିନିଟ୍ ୧୯ ସେକେଣ୍ତର ଗୀତ ୧୨ଟି ଭାଷାରେ ମୁକ୍ତିଲାଭ କରିଛି, ଯାହା ଦ୍ୱାରା ଦେଶର ପ୍ରତ୍ୟେକ ରାଜ୍ୟରେ ଲୋକ ଏହି ଗୀତକୁ ସହଜରେ ବୁଝି ପାରିବେ ।
ସୋସିଆଲ ମିଡିଆରେ ବିଜେପିର ଏହି ଗୀତ ଭାଇରାଲ ହେଉଛି । ଦେଶର ପ୍ରତ୍ୟେକ ଭାଷାର ଲୋକ ଏହି ଗୀତକୁ ସହଜରେ ବୁଝିପାରୁଛି ଏବଂ ମୋଦି ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ବିଷୟରେ ସାଧାରଣ ନାଗରିକଟିଏ ସହଜରେ ଜାଣିପାରୁଛି ।












Click it and Unblock the Notifications