Get Updates
Get notified of breaking news, exclusive insights, and must-see stories!

BJP Manifesto 2024: ସାଧାରଣ ନିର୍ବାଚନ ପାଇଁ ଜାରି ହେଲା ବିଜେପିର ସଂକଳ୍ପ ପତ୍ର; ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ

ସାଧାରଣ ନିର୍ବାଚନ ପାଇଁ ଜାରି ହେଲା ବିଜେପିର ସଂକଳ୍ପ ପତ୍ର । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସଂକଳ୍ପ ପତ୍ର ଉନ୍ମୋଚିତ । ସଂକଳ୍ପ ପତ୍ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି ।

BJP Manifesto 2024

ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ଆଜିର ଦିନ ଅତ୍ୟନ୍ତ ଶୁଭ, ଅନେକ ରାଜ୍ୟରେ ନବବର୍ଷ ପାଳନ ହେଉଛି। ଓଡ଼ିଶାରେ ପଣା ସଂକ୍ରାନ୍ତି ପାଳନ ହେଉଛି । ଏଭଳି ଶୁଭ ଦିନରେ ବିଜେପି ସଂକଳ୍ପ ପତ୍ର ଜାରି କରିଛି ।

ଆମର ଫୋକସ ଡିଗ୍‌ନିଟି ଅଫ୍‌ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳତ । ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ ।

ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ । ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ ଗରିବ ହୁଅନ୍ତୁ କିମ୍ବା ମଧ୍ୟମ ବର୍ଗୀୟ ହୁଅନ୍ତୁ, ଉପକୃତ ହେବେ ।

ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ବୋଲି ମୋଦି କହିଛନ୍ତି । ସେହିପରି ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ । ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ । ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରିବୁ । ମହିଳା ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ଆଗକୁ ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ ଟ୍ରେନ୍ ଚାଲିବ। ଏନେଇ ଖୁବଶୀଘ୍ର ସର୍ଭେ କାମ ଆରମ୍ଭ ହେବ । ଖୁବଶୀଘ୍ର ଗଡ଼ିବ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ।

ସଙ୍କଳ୍ପ ପତ୍ରରେ ମୋଦୀ ଗରିବ, ମହିଳା ଓ କୃଷକଙ୍କ ବିକାଶକୁ ଗୁରୁତ୍ୱ ଦେଇଛନ୍ତି । ଇସ୍ତାହାର ମୁତାବକ, ଗରିବଙ୍କ ପାଇଁ ଅଧିକ ୩ କୋଟି ଘର ନିର୍ମାଣ ହେବ । ସେମାନଙ୍କ ସହ ଯୁବ ଗୋଷ୍ଠୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ।

୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ବ୍ୟକ୍ତି ଏବଂ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନା ଅନ୍ତର୍ଭୁକ୍ତ କରାଯିବ । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ । ସେମାନଙ୍କୁ ପିଏମ୍ ଆବାସ ଯୋଜନାରେ ପ୍ରାଥମିକତା ଦିଆଯିବ । ଦେଶରେ ୭୦୦ରୁ ଅଧିକ ଏକଲବ୍ୟ ବିଦ୍ୟାଳୟ ଖୋଲାଯିବ । ଏହାସହ ଜାରି ଥିବା ମାଗଣା ରାସନକୁ ଆହୁରି ୫ ବର୍ଷ ଯାଏଁ ବିତରଣ କରାଯିବ ବୋଲି ଘୋଷଣା କରିଛନ୍ତି ମୋଦୀ । ସର୍ବୋପରି ବିଜେପି ସରକାର ଗରୀବଙ୍କ ପେଟ ଓ ପକେଟ ଭରିବା ଉପରେ ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+