'ନ୍ୟାୟପାଳିକା ଏବଂ ଭାରତର ମୁଖ୍ୟ ବିଚାରପତିଙ୍କ ଉପରେ ନିଶିକାନ୍ତ-ଦିନେଶଙ୍କ ମନ୍ତବ୍ୟ ସହିତ ବିଜେପିର କୌଣସି ସମ୍ପର୍କ ନାହିଁ'
ନ୍ୟାୟପାଳିକା ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ଦିନେଶ ଶର୍ମା ଦେଇଥିବା ବିବାଦୀୟ ବୟାନକୁ ନେଇ ଶନିବାର ବିଜେପି ପକ୍ଷରୁ ପ୍ରତିକ୍ରିୟା ଆସିଛି। ଦଳ ସାଂସଦଙ୍କ ବୟାନ ଠାରୁ ନିଜକୁ ଦୂରେଇ ରଖିଛି। ଏନେଇ ପାର୍ଟି ଅଧ୍ୟକ୍ଷ ଜଗତପ୍ରସାଦ ନଡ୍ଡା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଏହା ସମ୍ପୂର୍ଣ୍ଣ ସାଂସଦମାନଙ୍କର ବ୍ୟକ୍ତିଗତ ମତ। ଦଳ ଏହାକୁ ସମର୍ଥନ କରେ ନାହିଁ। ନଡ୍ଡା ଲେଖିଛନ୍ତି "ସାଂସଦ ନିଶିକାନ୍ତ ଦୁବେ ଏବଂ ଦିନେଶ ଶର୍ମାଙ୍କ ନ୍ୟାୟପାଳିକା ଏବଂ ଭାରତର ମୁଖ୍ୟ ବିଚାରପତିଙ୍କ ଉପରେ ମନ୍ତବ୍ୟ ସହିତ ବିଜେପିର କୌଣସି ସମ୍ପର୍କ ନାହିଁ। ଏହା ସେମାନଙ୍କର ବ୍ୟକ୍ତିଗତ ମନ୍ତବ୍ୟ, କିନ୍ତୁ ବିଜେପି ସେମାନଙ୍କ ସହିତ ସହମତ ନୁହେଁ କିମ୍ବା ଏପରି ମନ୍ତବ୍ୟକୁ କେବେ ସମର୍ଥନ କରେ ନାହିଁ। ବିଜେପି ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରେ।" ତେଣୁ ଉଭୟ ନେତା ଏବଂ ଦଳର ଅନ୍ୟ ସଦସ୍ୟମାନଙ୍କୁ ଭବିଷ୍ୟତରେ ଏପରି ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନଡ୍ଡା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ବିଜେପି ନ୍ୟାୟପାଳିକାକୁ ସମ୍ମାନ କରେ, ଏବଂ ଏହା ଭାରତର ଗଣତାନ୍ତ୍ରିକ ଢାଞ୍ଚାର ଏକ ଅବିଚ୍ଛେଦ୍ୟ ଅଂଶ। ସେମାନେ ସମ୍ବିଧାନର ସୁରକ୍ଷାର ଏକ ଦୃଢ଼ ସ୍ତମ୍ଭ ବୋଲି ନଡ୍ଡା କହିଛନ୍ତି। ସେ ଲେଖିଛନ୍ତି "ବିଜେପି ସର୍ବଦା ନ୍ୟାୟପାଳିକାକୁ ସମ୍ମାନ ଦେଇଆସିଛି ଏବଂ ଏହାର ପରାମର୍ଶ ଏବଂ ନିର୍ଦ୍ଦେଶକୁ ଖୁସିର ସହିତ ଗ୍ରହଣ କରିଛି କାରଣ ଏହା ଏକ ଦଳ ଭାବରେ ବିଶ୍ୱାସ କରେ ଯେ ସର୍ବୋଚ୍ଚ ନ୍ୟାୟାଳୟ ସମେତ ସମସ୍ତ ନ୍ୟାୟାଳୟ ଆମ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ଅଂଶ।"












Click it and Unblock the Notifications