ବଦଳିଲେ ୪ ରାଜ୍ୟରେ ବିଜେପି ସଭାପତି, ଡି ପୁରନ୍ଦେଶ୍ୱରୀ ହେଲେ ଆନ୍ଧ୍ରପ୍ରଦେଶ ଅଧ୍ୟକ୍ଷ
ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୪ଟି ରାଜ୍ୟରେ ଦଳର ନୂଆ ସଭାପତି ନିଯୁକ୍ତ କରିଛି ବିଜେପି । ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ଦଳ ନୂଆ ସଭାପତି ନିଯୁକ୍ତ କରିଥିବା ସୂଚନା ମିଳିଛି ।

ପଞ୍ଜାବ ବିଜେପି ସଭାପତି ଭାବେ ସୁନୀଲ ଜାଖର, କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନା ବିଜେପିର ସଭାପତି ଏବଂ ବାବୁଲାଲ ମାରାଣ୍ଡିଙ୍କୁ ଝାଡ଼ଖଣ୍ଡ ବିଜେପିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ତା ସହିତ ତେଲେଙ୍ଗାନାର ନୂଆ ଅଧ୍ୟକ୍ଷ ହେଇଛନ୍ତି ଜି କିଶନ ରେଡ୍ଡୀ । ବର୍ତ୍ତମାନ ପୁରନ୍ଦେଶ୍ୱରୀ ଓଡ଼ିଶା ପ୍ରଭାରୀ ଅଛନ୍ତି ।
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏଭଳି ରଣନୀତି କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।












Click it and Unblock the Notifications