BJP National President: କିଏ ହେବେ ବିଜେପିର ରାଷ୍ଟ୍ରୀୟ ସଭାପତି?
ଭାଜପାର ବର୍ତ୍ତମାନର ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ବହୁତ୍ ବିଳମ୍ବିତ ହେଉଛି। ଏହାକୁ ନେଇ ଭାଜପାର ଶୀର୍ଷ ନେତୃତ୍ୱ ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ମଧ୍ୟରେ ଅଚଳାବସ୍ଥା ଲାଗିରହିଛି।
ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ ଜାନୁଆରୀରେ ଶେଷ ହେବାକୁ ଥିବାବେଳେ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ୨୦୨୪ ଜୁନ୍ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ହୋଇପାରି ନାହିଁ। ୨୦୧୯ରେ ଅମିତ୍ ଶାହା ଦଳ ଅଧ୍ୟକ୍ଷ ଥାଇ ଜେ.ପି. ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା ଏବଂ ୨୦୨୦ ଜାନୁଆରୀରେ ତାଙ୍କୁ ଆନୁଷ୍ଠାନିକ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପଦୋନ୍ନତି ଦିଆଯାଇଥିଲା। ୨୦୨୪ ଜୁନ୍ରେ ମଧ୍ୟ ଅନୁରୂପ ଭାବେ ଜଣଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇପାରିଥାନ୍ତା ବୋଲି ଦଳର କେତେଜଣ ନେତା କହିଛନ୍ତି।

ଏହାସହିତ ଆଉ ଗୋଟିଏ ଚର୍ଚ୍ଚା ମଧ୍ୟ ଜୋରସୋରରେ ଶୁଣିବାକୁ ମିଳୁଛି । ଚର୍ଚ୍ଚା ହେଉଛି ଯେ, ଏଥର ଅଧ୍ୟକ୍ଷ ନିର୍ବାଚନ ପରେ ବିଜେପିର ସଙ୍ଗଠନକୁ ଆହୁରି ଅଧିକ ମଜଭୁତ କରିବାକୁ ବଡ଼ ଅଦଳବଦଳ କରିପାରନ୍ତି ଶୀର୍ଷ ନେତୃତ୍ୱ । ଅଧ୍ୟକ୍ଷ ନିର୍ବାଚନ ପରେ ଅଧାରୁ ଅଧିକ ରାଷ୍ଟ୍ରୀୟ ମହାସଚିବଙ୍କ ବଦଳି ହୋଇପାରେ । ଖାସ୍ କରି ନୂଆ ମହାସଚିବଙ୍କ ପଦରେ ନୂଆ ମୁହଁକୁ ସୁଯୋଗ ମିଳିପାରେ ।
ଓଡ଼ିଶାରେ ନିର୍ବାଚନ ସ୍ଥଗିତ
ଓଡ଼ିଶାରେ ମଧ୍ୟ ସାଙ୍ଗଠନିକ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ନୋଟିସ୍ ଲାଗିଥିଲା । ଏହାସହିତ କେଉଁ ତାରିଖରେ କଣ ହେବ ସେନେଇ ସମୟ ମଧ୍ୟ ଧାର୍ଯ୍ୟ ହୋଇଥିଲା । ଆଉ କୁହାଯାଇଥିଲା ଜୁଲାଇ ପହିଲା ଦିନ ମତଦାନ ହେବା ସହିତ ନୂଆ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ । ହେଲେ ରଥଯାତ୍ରାରେ ଅଘଟଣ ଘଟିବା ପରେ, ହଠାତ୍ ରାଜ୍ୟ ବିଜେପି ସଭାପତି ନିର୍ବାଚନକୁ ସ୍ଥଗିତ ରଖିଦିଆଯାଇଛି । ତେଣୁ ଆଗାମୀ ସମୟରେ କେବେ ଭୋଟିଂ ହେବ ଆଉ କେବେ ଓଡ଼ିଶା ରାଜ୍ୟ ବିଜେପିକୁ ନୂଆ ମୁଖିଆ ମିଳିବ ତାହା ଏବେ ବି କାହାକୁ ଜଣାନାହିଁ ।












Click it and Unblock the Notifications