BJP National President: କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ସବୁଠୁ ଆଗରେ ଧର୍ମେନ୍ଦ୍ରଙ୍କ ନାଁ
ବିଜେପିର ପରବର୍ତ୍ତୀ ସଭାପତି କିଏ ହେବେ ? ଆଗରେ ପୁଣି ଓଡ଼ିଆ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ରାଜ୍ୟ ସଭାପତି ହୋଇପାରନ୍ତି ।
ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇସାରଥିବା ଧର୍ମେନ୍ଦ୍ର ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବସ୍ତ ଗଣାଯାଆନ୍ତି । ଏହା ଛଡା ପ୍ରଭାରୀ ଭାବେ ଉତ୍ତରପ୍ରଦେଶ ଓ ହରିଆଣା ବିଜେପିକୁ ବାରମ୍ବାର ବିଜୟ କରିବାରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ସମସ୍ତେ ପ୍ରଶଂସା କରନ୍ତି ।
ନିକଟରେ ବିଜେପିକୁ ଓଡିଶାର ଶାସନ କ୍ଷମତାକୁ ଆଣିବାକୁ ଧର୍ମେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଦୃଷ୍ଟିରୁ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସଭାପତି ହେବା ବହୁ ସମ୍ଭାବନା ରହିଛି ।

ସେହିପରି ଚର୍ଚ୍ଚାରେ ଜି.କିଶନ ରେଡ୍ଡୀ । ସେ ଯୁବମୋର୍ଚ୍ଚାର ସଭାପତି ପଦବୀଠାରୁ ଆରମ୍ଭ କରି ବିଧାୟକ, ସଂସଦ ଓ କେନ୍ଦ୍ରମନ୍ତ୍ରୀଭାବେ ଦାୟିତ୍ବ ତୁଳାଇଛନ୍ତି । ଏବେ ମଧ୍ୟ ତେଲେଙ୍ଗାନା ରାଜ୍ୟ ସଭାପତି ଅଛନ୍ତି । କିଶନଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସର୍ମ୍ପକ ବେଶ ଭଲ । ତେଲେଙ୍ଗାନାରେ ବିଜେପି କ୍ଷମତାକୁ ଆସିବାକୁ ଅଭିଳାଷା ଦୃଷ୍ଟିରୁ କିଶନ ରାଷ୍ଟ୍ରୀୟ ସଭାପତି ଦାବିଦାର ହୋଇପାରନ୍ତି ।
ଉତ୍ତରଭାରତ ତିନି ଚେହେରାଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଜଣେ ଭଲ ସାଂଗଠକ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବସ୍ତ । ମହାରାଷ୍ଟ୍ର ମହାୟୁତି ଶାସନକୁ ବଜାୟ ରଖିବାରେ ରଖିବାରେ ରାଜ୍ୟ ପ୍ରଭାରୀ ଭୁପେନ୍ଦ୍ର ଉପଯୋଗିତାକୁ ସମସ୍ତେ ସ୍ବୀକାର କରନ୍ତି ।
ସେହିଭଳି କେନ୍ଦ୍ରମନ୍ତ୍ରୀ ମୋହନଲାଲ ଖଟ୍ଟର ହରିୟାଣାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିଲେ ।ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ସର୍ମ୍ପକ ଖୁବ ନିବିଡ । ଜଣେ ଆରଏଏସ ପ୍ରଚାରକଭାବେ ମନହୋର ଖୁବ ଜଣାଶୁଣା ।
କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଜଣେ ଦକ୍ଷ ସଂଗଠକ ଓ ଆରଏସଏସ ସହ ନିବିଡ ସର୍ମ୍ପକ ପାଇଁ ଜଣାଶୁଣା । ପରବର୍ତ୍ତୀ ପଦବୀ ପାଇଁ ଶିବରାଜ ଉତମ ବିକଳ୍ପ । ମାତ୍ର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିବା ରାଜନୈତିକ ମହଲରେ ଆଲୋଚନା ହୁଏ ।
ଦକ୍ଷିଣ ଓ ପୂର୍ବାଞ୍ଚଳକୁ ଛାଡିଦେଲେ ଦେଶର ଅନ୍ୟଭାଗରେ ବିଜେପି ନିଜକୁ ପ୍ରତିଷ୍ଠିତ କରିପାରିଛି । ପୂର୍ବର ବିହାର ଓ ଦକ୍ଷିଣର ତାମିଲନାଡୁ ଏବଂ କେରଳରେ ଆଗାମୀ ଦିନରେ ନିର୍ବାଚନ ହେବ । ଏହି ଦୃଷ୍ଟିରୁ ଦକ୍ଷିଣ କିମ୍ବା ପୂର୍ବ ଭାରତରୁ କାହାକୁ ବିଜେପି ରାଷ୍ଟ୍ରୀୟ ସଭାପତି ରୂପେ ବାଛିପାରେ । ଯୋଗ୍ୟତା ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନାଁ ସବୁଠୁ ଆଗରେ ରହିଛି । ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇସାରଥିବା ଧର୍ମେନ୍ଦ୍ର ପ୍ରଧାନ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବସ୍ତ ।












Click it and Unblock the Notifications