ଜମ୍ମୁ-କାଶ୍ମୀର ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି କଲା ପ୍ରାର୍ଥୀ ଘୋଷଣା

ଭାରତୀୟ ଜନତା ପାର୍ଟି ଜାମ୍ମୁ-କାଶ୍ମୀରରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଲିଷ୍ଟ ଜାରି କରିଛି । ଏହି ତାଲିକାରେ ୩ ଆଶାୟୀଙ୍କ ନାମ ରହିଛି । ଗୁଲାମ ମହମ୍ମଦ ମୀର, ରାକେଶ ମହାଜନ ଏବଂ ସତପାଲ ଶର୍ମାଙ୍କୁ ମୈଦାନକୁ ଓହ୍ଲାଇବ । ଜମ୍ମୁରେ କ୍ଷମତାସୀନ ନ୍ୟାସନାଲ କନଫରେନ୍ସ ପାର୍ଟି ଶୁକ୍ରବାର ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଚତୁର୍ଥ ଆସନ ପାଇଁ କଂଗ୍ରେସ ସହ ଆଲୋଚନା ଚାଲିଥିବା କହିଥିଲା ।

ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛି । ଦଳ ଜା୍ମୁକାଶ୍ମୀରରେ ୩ଟି ପୃଥକ ଦ୍ବିବାର୍ଷିକ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜ୍ଞପ୍ତି ଅନୁଯାୟୀ ଗୋଟିଏ ରାଜ୍ୟସଭା ଆସନ ପାଇଁ ଗୁଲାମ ମହମ୍ମଦ ମୀରଙ୍କୁ ମନୋନୀତ କରିଛି । ଅନ୍ୟ ଏକ ଆସନରେ ରାକେଶ ମହାଜନ ଓ ସତପାଲ ଶର୍ମାଙ୍କୁ ଦୁଇଟି ଆସନ ପାଇଁ ମନୋନୀତ କରାଯାଇଛି । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଏହି ଘୋଷଣା କରିଛନ୍ତି ।

​​​​​​​

modi

ଏହି ନିର୍ବାଚନ ଜାମ୍ମୁ କାଶ୍ମୀର ରାଜନୀତି ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ରାଜ୍ୟସଭାରେ ନିଜ ସ୍ଥିତିକୁ ମଜବୁତ କରିବାକୁ ବିଜେପି ଏହି ତିନି ପ୍ରାର୍ଥୀଙ୍କ ଉପରେ ଆସ୍ଥା ରଖିଛି । ସେମାନଙ୍କ ବିଜୟ ଦଳକୁ ସଂସଦରେ ଏହାର ଆଞ୍ଚଳିକ ଉପସ୍ଥିତି ଏବଂ ପ୍ରତିନିଧିତ୍ୱ ବୃଦ୍ଧି କରିବାରେ ସହାୟକ ହେବ । ଏନ୍‌ସି ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ଗୋଟିଏରେ ଆଗୁଆ ଅଛି । ଚତୁର୍ଥ ଆସନ ପାଇଁ କଂଗ୍ରେସ ସହିତ ଆଲୋଚନା କରୁଛି । ଅକ୍ଟୋବର ୨୪ରେ ରାଜ୍ୟସଭା ନିର୍ବାଚନ ହେବ । ନିର୍ବାଚନରେ ବିଧାୟକ ଭୋଟ ଦିଅନ୍ତି । ସଂଖ୍ୟାବଳ ହିସାବରେ ରାଜ୍ୟସଭା ପ୍ରାର୍ଥୀ ବିଜୟୀ ହୁଅନ୍ତି । ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିବାରୁ ଭୋଟ ହେବା ପରି ସ୍ଥିତି ଆସେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+