ପୁଣି ଆଉ ଜଣେ ନେତା ଫେରାଇଲେ ବିଜେପି ଟିକେଟ, ଜାଣନ୍ତୁ ଏହା ପଛର କାରଣ ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ, ପୱନ ସିଂ ପରେ ଉତ୍ତର ପ୍ରଦେଶ ବାରବାଙ୍କିର ସାଂସଦ ଉପେନ୍ଦ୍ର ସିଂ ରାୱତ ବିଜେପି ଟିକେଟ ଫେରାଇଛନ୍ତି । ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ରାୱତ ତାଙ୍କ ଦାବି ପ୍ରତ୍ୟାହାର କରି ନେଇଛନ୍ତି । ବାସ୍ତବରେ, ଶନିବାର ଦିନ ଲୋକସଭା ନିର୍ବାଚନ ପାଇଁ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିବା ବିଜେପିରେ ଉପେନ୍ଦ୍ର ସିଂ ରାୱତ ପୁନର୍ବାର ବାରବାଙ୍କିରୁ ପ୍ରାର୍ଥୀ ହୋଇଥିଲେ ।

ଏହି ସମୟରେ ସୋସିଆଲ ମିଡିଆରେ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ରାୱତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିର ଲାଗି ମନା କରିଦେଇଛନ୍ତି ଏବଂ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ସେ କହିଛନ୍ତି, "ନିର୍ଦ୍ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ ।"

ଏହି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସାଂସଦଙ୍କ ପ୍ରତିନିଧି ଦୀନେଶ ଚନ୍ଦ୍ର ରାୱତ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ଭିଡିଓଟି ନକଲି ଏବଂ ଏଡିଟ୍ ବୋଲି କୁହାଯାଇଛି । ପୋଲିସ ନିରପେକ୍ଷ ଭାବେ ଘଟଣାର ତଦନ୍ତ ପାଇଁ ଦାବି କରାଯାଇଛି ।

ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସାଂସଦ ରାୱତ ନିଜ ପକ୍ଷରେ ସଫେଇ ଦେଇ କହିଥିଲେ କି ଏହା ଏକ ନକଲି ଭିଡିଓ । ଏଥିରେ ଥିବା ବ୍ୟକ୍ତି ସେ ନୁହଁନ୍ତ, ଏହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ପ୍ରସ୍ତୁତ କରାଯାଇ ଭାଇରାଲ କରାଯାଇଛି । ଏହି ଅଶ୍ଳୀଳ ଭିଡିଓରେ ବିଜେପି ସାଂସଦ ଉପେନ୍ଦ୍ରସିଂ ରାୱତଙ୍କ ସହ ଜଣେ ବିଦେଶୀ ମହିଳା ନଜରକୁ ଆସିଛନ୍ତି ।

Upendra Singh Rawat

ସେ ଆହୁରି କହିଛନ୍ତି ମୋର ଚେହେରା ଏଥିରେ ରଖାଯାଇଛି । ଏଗୁଡ଼ିକ ହେଉଛି ୨୦୨୨ ଏବଂ ୨୦୨୩ ର ସମସ୍ତ ଭିଡିଓ । ମୋତେ ବଦନାମ କରିବା ପାଇଁ ଏଭଳି କରାଯାଇଛି । ଏହା ମାଧ୍ୟମରେ ମୋର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଇଛି । ଏହି ଘଟଣାକୁ ନେଇ ମୁଁ ଏକ ମାମଲା ଦାୟର କରିଛି । ଯେଉଁମାନେ ଘୃଣ୍ୟ କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଳି କହିଛନ୍ତି ସାଂସଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+