ତେଜସ୍ୱୀ ସୂର୍ଯ୍ୟାଙ୍କ ବିରୋଧରେ ହେଲା ମାମଲା ରୁଜୁ , ଜାଣନ୍ତୁ କଣ ରହିଛି କାରଣ?
ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ୍ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ, ୧୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ ଟି ସିଟ୍ ପାଇଁ ଭୋଟ୍ ସମୟ ସନ୍ଧ୍ୟା ୬ ଟାରେ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ଆଜି ମତଦାନ ହୋଇଥିଲା ।
ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ଭାଜପା ପ୍ରାର୍ଥୀ ତଥା ସିଟିଂ ଏମପି ତେଜସ୍ୱୀ ସୂର୍ଯ୍ୟାଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି । ସେ ଧର୍ମ ନାମରେ ଭୋଟ ମାଗିଥିବା ଅଭିଯୋଗ ହୋଇଛି । ଏପ୍ରିଲ ୨୫ ରେ ଜୟନଗର ପୋଲିସ ଷ୍ଟେଶନରେ ସିଟିଂ ଏମପିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସକାଳେ ଭୋଟ ଦେବା ପରେ ସୂର୍ଯ୍ୟ ଏକ ଭିଡିଓ ପୋଷ୍ଟ କରିଥିଲେ । କର୍ନାଟକର ମୁଖ୍ୟ ନିର୍ବାଚନ ଅଧିକାରୀ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ସେ ଲେଖିଛନ୍ତି - ୨୫ ଏପ୍ରିଲ ୨୦୨୪ରେ ଜୟନଗର ପୋଲିସ ଷ୍ଟେଶନରେ ଧାରା ୧୨୩ (୩) ଅନୁଯାୟୀ ବେଙ୍ଗାଲୁରୁ ଦକ୍ଷିଣରୁ ଏମପି ତଥା ଭାଜପା ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୋଗ ହୋଇଛି ଯେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଧର୍ମର ନାମ ନେଇ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା ।












Click it and Unblock the Notifications