ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ବାଂଲାଦେଶ ଉପରେ ବଡ଼ ବୟାନ ଦେଲେ ନିଶିକାନ୍ତ, କହିଦେଲେ କିଛି ଏମିତି......
ପହଲଗାମ୍ ଆତଙ୍କୀ ହମଲା ପରେ ପୁରା ଦେଶରେ ପାକିସ୍ତାନ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଛି। ଆଉ ଏହି ସମୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଂଲାଦେଶକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ବାଂଲାଦେଶ ମଧ୍ୟ ଖୁବ୍ ଛଟପଟ ହେଉଛି। ତାଙ୍କୁ ବି ଗଙ୍ଗା ନଦୀର ପାଣି ବନ୍ଦ କରି ଦେବାର ସମୟ ଆସିଯାଇଛି। ଆମ ଦେଶର ପାଣି ପିଇକି ବଞ୍ଚିବେ, ହେଲେ ପାକିସ୍ତାନର ଗୀତ ଗାଇବେ।'

ଏହା ସହ ଦୁବେ ଇଂରାଜୀ ଓ୍ବେବସାଇଟର ଏକ ନ୍ୟୁଜର ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଲେଖା ହୋଇଛି 'ଗଙ୍ଗାଜଳ ଏହି ପାପୀଙ୍କୁ ? ନିଶିକାନ୍ତ ଦୁବେ ଯେଉଁ ରିପୋର୍ଟର ସ୍କ୍ରିନସଟ୍ ସେୟାର କରିଛନ୍ତି, ତାହା ଅନୁସାରେ, ବାଂଲାଦେଶ ଅନ୍ତରୀଣ ସରକାରଙ୍କ ଜଣେ ପରାମର୍ଶଦାତା ନିକଟରେ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବାର ସଦସ୍ୟକୁ ଭେଟିଥିଲେ।












Click it and Unblock the Notifications