Get Updates
Get notified of breaking news, exclusive insights, and must-see stories!

ପୁଣି ବିବାଦରେ କଙ୍ଗନା, କହିଲେ ଦେଖା କରିବାକୁ ଆସିଲେ ଆଣ ଆଧାର କାର୍ଡ

ନୂଆଦିଲ୍ଲୀ: ପୁଣି ବିବାଦରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ । ସେ ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ହିମାଚଳ ପ୍ରଦେଶର ମଣ୍ଡିର ଲୋକମାନଙ୍କ ଆଗରେ ଆଧାର କାର୍ଡ ସର୍ତ୍ତ ରଖିଛନ୍ତି । ନିର୍ବାଚନ ମଣ୍ଡଳୀର ଯଦି କେହି ତାଙ୍କୁ ଭେଟିବାକୁ ଚାହୁଁଛନ୍ତି, ତା'ହେଲେ ସାଙ୍ଗରେ ଆଧାର କାର୍ଡ ଧରି ଆସିବାକୁ ସେ କହିବା ପରେ ବିବାଦ ଘେରକୁ ଆସିଛନ୍ତି କଙ୍ଗନା ।

କଙ୍ଗନା କହିଛନ୍ତି "ହିମାଚଳ ପ୍ରଦେଶକୁ ବହୁ ପର୍ଯ୍ୟଟକମାନେ ଆସିଥାନ୍ତି । ତେଣୁ ମଣ୍ଡି ଅଞ୍ଚଳରୁ ମୋତେ ଭେଟିବାକୁ ଆସୁଥିବା ଲୋକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ନିର୍ବାଚନମଣ୍ଡଳୀ ସହ ଜଡିତ ଆପଣଙ୍କର କାର୍ଯ୍ୟ ମଧ୍ୟ ଚିଠିରେ ଲେଖାଯିବା ଉଚିତ୍‌, ଯାହା ଦ୍ୱାରା ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ମୋ ପାଖକୁ ବହୁ ପର୍ଯ୍ୟଟକମାନେ ଆସୁଥିବାରୁ ମଣ୍ଡିବାସୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Kangana Ranaut

ଯଦି ହିମାଚଳର ଉତ୍ତର ଅଞ୍ଚଳର ଲୋକମାନେ ମୋତେ ଭେଟିବାକୁ ଚାହାଁନ୍ତି, ତେବେ ସେମାନେ ମନାଲିରେ ଥିବା ମୋ ଘରକୁ ଯାଇପାରିବେ ଏବଂ ମଣ୍ଡିର ଲୋକମାନେ ସହରରେ ଥିବା ମୋ କାର୍ଯ୍ୟାଳୟକୁ ଆସିପାରିବେ । ବର୍ତ୍ତମାନ କଙ୍ଗନାଙ୍କର ଏହି ପ୍ରତିକ୍ରିୟାରେ କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂହ କହିଛନ୍ତି, "ଆମେ ଲୋକମାନଙ୍କ ପ୍ରତିନିଧି ।

ତେଣୁ ରାଜ୍ୟର ପ୍ରତି ବର୍ଗର ଲୋକଙ୍କୁ ଭେଟିବା ଆମର ଦାୟିତ୍ୱ । "ଯଦି ଲୋକମାନେ ମୋତେ ଭେଟିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଆଧାର କାର୍ଡ ଆଣିବାକୁ ପଡ଼ିବ ନାହିଁ । ଆମେ ଲୋକଙ୍କର ପ୍ରତିନିଧୀ । ତେଣୁ ରାଜ୍ୟର ପ୍ରତ୍ୟେକ ବିଭାଗର ଲୋକଙ୍କୁ ଭେଟିବା ଆମର ଦାୟିତ୍ୱ । ଛୋଟ କାମ ହେଉ ବା ବଡ଼ କାମ, ନୀତିଗତ ବିଷୟ ହେଉ କିମ୍ବା ବ୍ୟକ୍ତିଗତ ବିଷୟ, କାହାକୁ କୌଣସି ପରିଚୟ ପତ୍ର ଦେବାର ଆବଶ୍ୟକତା ନାହିଁ ବୋଲି ବିକ୍ରମାଦିତ୍ୟ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+