ବିଜେପିକୁ ଲାଗିଲା ବଡ ଝଟକା, ଦଳ ଛାଡ଼ିଲେ ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ରାଜନୈତିକ ମାହୋଲ ରହିଛି ପୂରା ଉଷ୍ମ । ନିର୍ବାଚନ ଯେତିକି ପାଖଉଛି ନେତା ଏବେ ଦଳ ଅଦଳ ବଦଳ କରିବ ସେତେ ବଢିବାରେ ଲାଗିଛି । ଏଭଳି ସମୟରେ ବିଜେପିକୁ ଲାଗିଛି ବଡ ଝଟକା । ଦଳର ଜଣେ ବଡ଼ ଏମପି ଦଳ ଛାଡିଛନ୍ତି । ସେ ହେଲେ ହିସାରର ବିଜେପି ଏମପି ବ୍ରିଜେନ୍ଦ୍ର ସିଂହ । ବ୍ରିଜେନ୍ଦ୍ର ଆଜି ଇସ୍ତଫା ଦେଇଛନ୍ତି ।

୨୦୧୪ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ୍ ହୋଇଥିଲେ । ଏହାପରେ ସେ ରାଜ୍ୟ ସଭାରୁ ନିର୍ବାଚିତ ହୋଇ କେନ୍ଦ୍ରୀୟ ମନ୍ତ୍ରୀ ହୋଇଥିଲେ ।ଆଉ ବର୍ତ୍ତମାନ ସେ କଂଗ୍ରେସ ଦଳରେ ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏକ୍ସରେ ଟୁଇଟ୍ କରି ବ୍ରିଜେନ୍ଦ୍ର ଲେଖିଛନ୍ତି ଯେ, ରାଜନୈତିକ କାରଣ ହେତୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ସାଂସଦ ଭାବେ ସେବା କରିବାର ଅବସର ଦେଇଥିବାରୁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ରିଜେନ୍ଦ୍ର ।

brijendra singh

କୁହାଯାଉଛି ଯେ, ହରିୟାଣାରେ ବିଜେପିର ପ୍ରଥମ ତାଲିକାରେ ୬ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଛି ବୋଲି ଆଲୋଚନା ହୋଇଛି । ଏଥିରେ ବ୍ରିଜେନ୍ଦ୍ର ସିଂଙ୍କ ଟିକେଟ ବାତିଲ ହେବାର କିମ୍ବା ତାଙ୍କ ଇଚ୍ଛା ଅନୁଯାୟୀ ସିଟ୍ ନ ପାଇବାର ସମ୍ଭାବନା ରହିଛି । ଏହି କାରଣରୁ ବ୍ରିଜେନ୍ଦ୍ର ବିଜେପି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଏବେ ସାଧାରଣରେ ଶୁଣାଯାଉଛି । ଅନ୍ୟପଟେ କୁହାଯାଉଛି ଯେ, ୨୦୧୯ରେ ଲୋକସଭା ନିର୍ବାଚନ ପାଇଁ ବିଜେପି ତାଙ୍କୁ ହରିୟାଣା ହିସାରରୁ ଟିକେଟ୍ ଦେଇଥିଲା ।

ଯେଉଁଥିରେ ସେ ବିପୁଳ ପରିମାଣ ଭୋଟରେ ବିଜୟ ହାସଲ କରିଥିଲେ । ତେବେ ବିରେନ୍ଦ୍ର ଭାଜପାକୁ, ଜେଜେପି ସହ ମେଣ୍ଟ ନ କରିବାକୁ ପରାମର୍ଶ ଦେଇଥିଲା ଯେତେବେଳେ ଭାଜପା ଏକଥା ଶୁଣି ନ ଥିଲା ଆଉ ସେ ଦଳ ଛାଡିବା ନେଇ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ସେ ତାଙ୍କ ବାପା ଚୌଧୁରୀ ବିରେନ୍ଦ୍ର ସିଂହଙ୍କ ସହ ଆଜି କଂଗ୍ରେସରେ ସାମିଲ୍ ହୋଇପାରନ୍ତି ବୋଲି ସାଧାରଣରେ ଆଲୋଚନା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+