'ନିର୍ବାଚନୀ ହିନ୍ଦୁ' ହେଉଛନ୍ତି କେଜ୍ରିଓ୍ବାଲ: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ଦୂରରେ ନାହିଁ, କିନ୍ତୁ ଆମ୍ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଏବେ ଦୁଇ ଦଳ ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଛି । ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ନିର୍ବାଚନୀ ହିନ୍ଦୁ ବୋଲି କହି ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କୁ କଡ଼ା ସମାଲୋଚନା କରିଛି।

। କେଜ୍ରିୱାଲଙ୍କୁ 'ଚୁନାବି ହିନ୍ଦୁ' (ନିର୍ବାଚନୀ ହିନ୍ଦୁ) ବୋଲି କହି କଟାକ୍ଷ କରିଛି ବିଜେପି। ଏକ୍ସ ହ୍ୟାଣ୍ଡେଲରେ ଦିଲ୍ଲୀ ବିଜେପି 'ଭୁଲ୍ ଭୁଲେୟା' ଚଳଚ୍ଚିତ୍ରର ଏକ ପୋଷ୍ଟର ସେୟାର କରିଛି, ଯେଉଁଥିରେ ରାଜପାଲ ଯାଦବଙ୍କ ସ୍ଥାନରେ କେଜ୍ରିୱାଲଙ୍କ ଫଟୋ ଏଡିଟ୍ କରାଯାଇଛି। ଏହା ସହ 'ଭୁଲ୍ ଭୁଲେୟା' ବଦଳରେ ଏଥିରେ 'ଚୁନାବି ହିନ୍ଦୁ' ବୋଲି ଲେଖାଯାଇଛି।

BJP mocks Arvind Kejriwal

ବିଜେପି ପୋଷ୍ଟ କରିଥିବା ଏହି ଫଟୋ ଉପରେ ଉପହାସପୂର୍ଣ୍ଣ ଏକ କବିତା ମଧ୍ୟ ଲେଖାଯାଇଛି। ମୋର ମନ୍ଦିର ଯିବା କେବଳ ଏକ ଛଳନା, ପୂଜକଙ୍କ ସମ୍ମାନ କେବଳ ନିର୍ବାଚନୀ ଦେଖାଣିଆ, ସନାତନ ଧର୍ମର ମୁଁ ସବୁବେଳେ ଉପହାସ କରେ ବୋଲି କେଜ୍ରିୱାଲଙ୍କ ଫଟୋ ଉପରେ ଲେଖାଯାଇଛି।

ଏହି ପୋଷ୍ଟର କ୍ୟାପ୍ସନରେ ଦିଲ୍ଲୀ ବିଜେପି ଲେଖିଛି ଯେ, ଯେଉଁ ଲୋକ ମସଜିଦର ଇମାମ ମାନଙ୍କୁ ୧୦ ବର୍ଷ ହେଲା ଦରମା ଦେଉଛି, ଯିଏ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରିଥିଲା, ଯିଏ ମନ୍ଦିର ଓ ଗୁରୁଦ୍ୱାର ନିକଟରେ ମଦ ଦୋକାନ ଖୋଲିଛି, ଏବଂ ଯିଏ ସବୁବେଳେ ହିନ୍ଦୁ ବିରୋଧୀ ରାଜନୀତି କରେ, ସେହି ଲୋକର ହଠାତ ମନ୍ଦିର ପୂଜକ ଓ ଗୁରୁଦ୍ୱାର ଗ୍ରନ୍ଥିମାନଙ୍କ କଥା ମନେ ପଡ଼ିଗଲା। ବିଜେପିର ଏହି ପୋଷ୍ଟରର ଜବାବରେ ଆପ କହିଛି ଯେ ଯଦି ବିଜେପିର ସାହସ ଅଛି, ତେବେ ଦଳ କେଜ୍ରିୱାଲଙ୍କ ଖୋଲା ଚ୍ୟାଲେଞ୍ଜକୁ ଗ୍ରହଣ କରୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+