ପୁରୀରେ ଆରମ୍ଭ ହେଲା ନଡ୍ଡାଙ୍କ ପାଠଶାଳା; ସରକାର, ସଂଗଠନ, ସୁସଂପର୍କକୁ ନେଇ ୧୪ଟି ବିନ୍ଦୁ ଉପରେ ଗୁରୁତ୍ବ
ପୁରୀରେ ଆରମ୍ଭ ହେଲା ନଡ୍ଡାଙ୍କ ପାଠଶାଳା । ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କଲେ ଜେ.ପି ନଡ୍ଡା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦଘାଟନ କରିଥିବା ବେଳେ ସାମିଲ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ବିଜେପି ସାଂସଦ, ବିଧାୟକ ଓ ମନ୍ତ୍ରୀମାନଙ୍କ କ୍ଲାସ୍ ନେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟିପ୍ସ ଓ ଟାସ୍କ ଦେଲେ ନଡ୍ଡା ।
ସରକାର, ସଂଗଠନ, ସୁସଂପର୍କକୁ ନେଇ ୧୪ଟି ବିନ୍ଦୁ ଉପରେ ଗୁରୁତ୍ବ ।
ବିଧାୟକ, ସାଂସଦ, ମନ୍ତ୍ରୀ ବୋଲି ଗର୍ବ ଓ ଅହଂକାର କରନି । ଗ୍ରୁପିଜିମ୍, ଚାପୁଲିସି ଛାଡ଼ି ପ୍ରଥମେ ନିଜ ବ୍ୟକ୍ତିତ୍ୱ ତିଆରି କର । ଗ୍ରାଉଣ୍ଡ, ଅଙ୍ଗନୱାଡ଼ି ଓ ମେଡ଼ିକାଲକୁ ଯାଇ ଅଧ ଘଣ୍ଟାଏ ବସ । ଅଫିସରଙ୍କ ସହ ଭଲ ସଂପର୍କ ରଖି କାମ ଆଦାୟ କରିବା ଶିଖ ।-ସଂଗଠନ କିପରି ବୃଦ୍ଧି ହେବ ସେ ଦିଗରେ ଦୃଷ୍ଟି ଦିଅ କହିଲେ ନଡ୍ଡା ।
ତେବେ ସ୍ବାମୀ ନାରାୟଣ ମନ୍ଦିରରେ ଆଜି ଠାରୁ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଚାଲିବାକୁ ଥିବା ବେଳେ ବିଜେପିର ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ କେମିତି ରଖାଯିବ ? କେମିତି ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବେ ଜନପ୍ରତିନିଧି ଓ ନେତା, କେମିତି ଲୋକଙ୍କ ସହ ଉତ୍ତମ ମନ୍ତବ୍ୟ ରଖିବେ ସେନେଇ ନଡ୍ଡାଙ୍କ ଠାରୁ ତାଲିମ ନେବେ ନେତା ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ନଡ୍ଡା ତାଲିମ ଦେବେ । ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହୋଇଛି ଏହି ପ୍ରଶିକ୍ଷଣ ଶିବିର ।












Click it and Unblock the Notifications