ଜାମ୍ମୁ-କାଶ୍ମୀର ବିଧାନସଭାରେ ବିରଳ ଦୃଶ୍ୟ, ବଜେଟକୁ ସମାଲୋଚନା କଲେ BJP ବିଧାୟିକା
ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ ଶାସକ 'ନ୍ୟାସନାଲ କନଫରେନ୍ସ' (NC) ର ବିଧାୟକମାନେ ତାଙ୍କୁ ଉତ୍ସାହିତ କରିବା ସହ ତାଙ୍କର ପ୍ରଶଂସା କରିଛନ୍ତି।
ଦେବୟାନୀ ରାଣା ହେଉଛନ୍ତି ସ୍ୱର୍ଗତ ଦବିନ୍ଦର ସିଂହ ରାଣାଙ୍କ ଝିଅ। ଦବିନ୍ଦର ଦୀର୍ଘ ଦିନ ଧରି ଓମାର ଅବଦୁଲ୍ଲାଙ୍କ ସହଯୋଗୀ ଓ ଘନିଷ୍ଠ ବନ୍ଧୁ ଥିଲେ। ନିକଟରେ ତାଙ୍କର ମୃତ୍ୟୁ ପରେ ଦେବୟାନୀ ନାଗ୍ରୋଟା ଆସନରୁ ବିଜୟୀ ହୋଇଛନ୍ତି। ତାଙ୍କର ଏହି ପ୍ରଥମ ଅଭିଭାଷଣ ପୂର୍ବରୁ ବାଚସ୍ପତି ସମସ୍ତ ସଦସ୍ୟଙ୍କୁ ଜଣେ ନୂତନ ବିଧାୟିକାଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ।

ଦେବୟାନୀ ନିଜର ୧୨ ମିନିଟର ଅଭିଭାଷଣରେ ତଥ୍ୟ ସହ ବଜେଟର ସମାଲୋଚନା କରିଥିଲେ। ସେ ଦର୍ଶାଇଥିଲେ ଯେ, ଗତ ବର୍ଷ ବନ୍ୟା ଓ ଭୂସ୍ଖଳନରେ ବହୁ ଧନଜୀବନ ହାନି ହୋଇଥିବା ବେଳେ ଏଥିପାଇଁ ଅନୁଦାନକୁ ୭୧୯ କୋଟିରୁ ୩୫୦ କୋଟିକୁ କମାଇ ଦିଆଯାଇଛି। ଶିକ୍ଷା କ୍ଷେତ୍ରରେ ୧୯୩ କୋଟି ଟଙ୍କା କମ୍ ବ୍ୟୟବରାଦ କରାଯାଇଛି, ଯାହା ଗରିବ ପିଲାଙ୍କ ପ୍ରଗତିରେ ବାଧା ସୃଷ୍ଟି କରିବ। ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ବସ୍ ସେବା ଥିଲେ ମଧ୍ୟ ବସ୍ଗୁଡ଼ିକରେ ସେମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ନାହିଁ।
ଭାଜପା ପ୍ରାର୍ଥୀ ଭାବେ ଦେବୟାନୀ ଲଢ଼ୁଥିଲେ ମଧ୍ୟ ଓମାର ଅବଦୁଲ୍ଲା ସମ୍ମାନ ଦୃଷ୍ଟିରୁ ତାଙ୍କ ବିରୋଧରେ କୌଣସି ନିର୍ବାଚନୀ ପ୍ରଚାର କରିନଥିଲେ। ବିଧାନସଭାରେ ମଧ୍ୟ ବଜେଟକୁ କଡ଼ା ସମାଲୋଚନା କରିବା ସତ୍ତ୍ୱେ ତାଙ୍କର ସ୍ପଷ୍ଟବାଦିତା ଓ ପ୍ରସ୍ତୁତି ପାଇଁ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଟେବୁଲ ବାଡ଼େଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications