ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଲୋକସଭା ନିର୍ବାଚନ: ମମତା ବାନାର୍ଜୀ
ଲୋକସଭା ନିର୍ବାଚନ ୨୦୨୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଦାବି । ଚଳିତ ବର୍ଷ ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଲୋକସଭା ନିର୍ବାଚନ । ସୋମବାର ତୃଣମୂଳ ଯୁବ କଂଗ୍ରେସକୁ ଉଦବୋଧନ ଦେବା ସମୟରେ ଟିଏମସି ସୁପ୍ରିମୋ ଏହି ଦାବି କରିଛନ୍ତି ।
ସେ କହିଛନ୍ତି, ଲୋକସଭା ନିର୍ବାଚନ ୨୦୨୪ର ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ସତ ହେଲେ ବିଜେପି ଆଗୁଆ ସମସ୍ତ ପ୍ରସ୍ତୁତି କରିସାରିଛି । ତେଣୁ ଡିସେମ୍ବର କିମ୍ବା ଜାନୁଆରୀରେ ବିଜେପି ଲୋକସଭା ନିର୍ବାଚନ କରିପାରେ । ଦଳ ପ୍ରଚାର ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ଏପରିକି ହେଲିକପ୍ଟରଗୁଡିକ ମଧ୍ୟ ବୁକ୍ କରିସାରିଛି । ଯାହା ଦ୍ୱାରା ଅନ୍ୟ ରାଜନୈତିକ ଦଳକୁ ସେହି ସମୟରେ ହେଲିକପ୍ଟର ସୁବିଧା ମିଳିବ ନାହିଁ । ଏପରି ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସେ ଆହୁରି କହିଛନ୍ତି ଯେ, ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଗିରଫ କରାଯାଇ ପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିର୍ବାଚନ ପୂର୍ବରୁ ତାଙ୍କ ପତୁରାଙ୍କୁ ଗିରଫ କରିପାରେ ବୋଲି ସେ ସନ୍ଦେହ କରୁଛନ୍ତି । ଏହା ସହ ଦିଦି କହିଛନ୍ତି ଯେ ଯଦି ବିଜେପି ତୃତୀୟ ଥର କ୍ଷମତାକୁ ଫେରେ ତେବେ ଏକଛତ୍ରବାଦ ଶାସନ ହେବ ।
ସେହିପରି ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ନେଇ ମଧ୍ୟ ଦାବି କରିଛନ୍ତି ଦିଦି । ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦକୁ ଟାର୍ଗେଟ୍ କରିଛନ୍ତି ଦିଦି । ବିଜେପିର ଛାତ୍ରଗୋଷ୍ଠୀ ଏବଂ ତାର ସ୍ଲୋଗାନକୁ ବିରୋଧ କରି ସେ କହିଛନ୍ତି, ଏହା ଉତ୍ତର ପ୍ରଦେଶ ନୁହେଁ ଗୋଲି ମାରୋ ପରି ସ୍ଲୋଗାନ ଦେଉଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯାଉ ।
ସୂଚନାଥାଉ ଯେ, ଟିଏମସି ଛାତ୍ର ପରିଷଦର ୨୬ତମ ପ୍ରତିଷ୍ଠା ଦିବସ ଅବସରରେ କୋଲକାତାର ମୟୋ ରୋଡରେ ଅନୁଷ୍ଠିତ ଜନସଭାକୁ
ସମ୍ବୋଧିତ କରି ଏପରି ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।












Click it and Unblock the Notifications