ବିଜେପି ଉପରେ କେଜ୍ରିୱାଲଙ୍କ ଭବିଷ୍ୟବାଣୀ, କହିଲେ ୨୨୦ ରୁ ଅଧିକ ଆସନ ପାଇବ ନାହିଁ ବିଜେପି
ନୂଆଦିଲ୍ଲୀ: ଜେଲ୍ ରୁ ବାହାରିବା ପରେ ଗତକାଲି ତଥା ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କରୁଛନ୍ତି ଟାର୍ଗେଟ । ଅରବିନ୍ଦ କେଜ୍ରିୱାଲ ରବିବାର ଦଳର ସମସ୍ତ ବରିଷ୍ଠ ନେତା ତଥା ବିଧାୟକଙ୍କୁ ଭେଟିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଆପ୍ ବିଧାୟକମାନଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି, କେବଳ ଆମ ଆଦ୍ମୀ ପାର୍ଟି ଦେଶର ଦାୟିତ୍ୱ ଗ୍ରହଣ କରିବ ଏବଂ ଦେଶକୁ ଭବିଷ୍ୟତ ଦେବ । ଏହା ସହିତ, ମୋତେ ୨ ତାରିଖରେ (ତିହାର ଜେଲ୍କୁ) ଫେରିବାକୁ ପଡ଼ିବ ଏହା ପରେ ଆପଣଙ୍କୁ ଏହି ପାର୍ଟି ପରିଚାଳନା କରିବାକୁ ପଡ଼ିବ ।
ଏହା ସହିତ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଚାଲିଥିବା ଲୋକସଭା ନିର୍ବାଚନରେ ଶାସକ ଦଳ ବିଜେପି ୨୨୦ରୁ ୨୩୦ ମଧ୍ୟରେ ଆସନ ପାଇବ । ଏହାଠାରୁ ଅଧିକ ଆସନ ପାଇବ ନାହିଁ । ମଧ୍ୟବର୍ତ୍ତୀ ଜାମିନରେ ମୁକ୍ତ ହେବାର ଗୋଟିଏ ଦିନ ପରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ମୁଖ୍ୟାଳୟରେ ଯୋଗ ଦେଇ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ବିରୋଧୀ ଇଣ୍ଡିଆ ମେଣ୍ଟ ନିର୍ବାଚନରେ ଜିତିବ ଏବଂ ଆମ ଆଦ୍ମୀ ପାର୍ଟି କେନ୍ଦ୍ରରେ ପରବର୍ତ୍ତୀ ସରକାରଙ୍କ ଅଂଶ ହେବ ।

ଦିଲ୍ଲୀ, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଉତ୍ତରପ୍ରଦେଶରେ ବିଜେପିର ଲୋକସଭା ଆସନ ହ୍ରାସ ପାଇବ ବୋଲି କହିଛନ୍ତି କେଜ୍ରିୱାଲ । ରାଜନୈତିକ ବିଶ୍ଳେଷକ ଏବଂ ଏହା ମୋର ମଧ୍ୟ ବିଶ୍ଳେଷଣ ଯେ ବିଜେପି ୨୨୦-୨୩୦ରୁ ଅଧିକ ଆସନ ପାଇବ ନାହିଁ ଏବଂ ଏହା ସତ୍ତ୍ୱେ ଜୁନ୍ ୪ରେ ମୋଦି ସରକାର ଗଠନ ହେଉନାହିଁ । ଯେତେବେଳେ ଇଣ୍ଡିଆ ମେଣ୍ଟର ସରକାର ଗଠନ ହେବ, ସେତେବେଳେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି ।












Click it and Unblock the Notifications