ମନ୍ଦିରରେ ସୋଲୋଗାମି ବିବାହକୁ ନେଇ ଆପତ୍ତି କଲେ ବିଜେପି ନେତ୍ରୀ
ଦେଶର ପ୍ରଥମ ସ୍ୱ ବିବାହ କୁ ମନ୍ଦିର ରେ କରିବାକୁ ଅନୁମତି ନେଇ ପ୍ରଶ୍ନ ଉଠାଇଲେ ବିଜେପି ସିଟି ୟୁନିଟ ଡେପୁଟି ଚିଫ୍ ସୁନୀତା ଶୁକ୍ଳା। ବାଦୋଦରା ର କ୍ଷମା ବିନ୍ଦୁଙ୍କୁ ସେ ମନ୍ଦିରରେ ବିବାହ କରିବା ପାଇଁ ଦେବେ ନାହିଁ ବୋଲି କହିଛନ୍ତି। ଏଭଳି ବିବାହ ହିନ୍ଦୁତ୍ବ ବିରୋଧ
ନୂଆଦିଲ୍ଲୀ: ଦେଶର ପ୍ରଥମ ସ୍ୱ ବିବାହକୁ ମନ୍ଦିରରେ କରିବାକୁ ଅନୁମତି ନେଇ ପ୍ରଶ୍ନ ଉଠାଇଲେ ବିଜେପି ସିଟି ୟୁନିଟ ଡେପୁଟି ଚିଫ୍ ସୁନୀତା ଶୁକ୍ଳା। ବଦୋଦରାର କ୍ଷମା ବିନ୍ଦୁଙ୍କୁ ସେ ମନ୍ଦିରରେ ବିବାହ କରିବା ପାଇଁ ଦେବେ ନାହିଁ ବୋଲି କହିଛନ୍ତି। ଏଭଳି ବିବାହ ହିନ୍ଦୁତ୍ବ ବିରୋଧ କରେ ବୋଲି ସୁନୀତା କହିଛନ୍ତି।

କ୍ଷମା ମାନସିକ ସ୍ତରରେ ଦୁର୍ବଳ ଥିବା ଯୋଗୁଁ ଏଭଳି ନିଷ୍ପତି ନେଇଛନ୍ତି, ଯେଉଁଟା ହିନ୍ଦୁ ଶାସ୍ତ୍ର ରେ ନାହିଁ। ଏଭଳି ବିବାହ କେବେ ହୋଇନାହିଁ। ଧର୍ମକୁ ଅପମାନ ସହ୍ୟ କରି ହେବ ନାହିଁ ବୋଲି ସୁନୀତା କହିଛନ୍ତି। କିନ୍ତୁ ଏପଟେ କ୍ଷମା ବିବାହ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବା ସହ ବିବାହ ପାଇଁ ଉତ୍ସାହିତ ଅଛନ୍ତି ।

କ୍ଷମାଙ୍କ ବର୍ତ୍ତମାନ ଏକ ଘରୋଇ କମ୍ପାନୀରେ ସିନିୟର ରିକ୍ରୁଇଟମେଣ୍ଟ ଅଫିସର ଭାବେ କାର୍ଯ୍ୟରତ । ସେ କହିଛନ୍ତି ସେ ନିଜକୁ ଖୁବ ଭଲ ପାଆନ୍ତି ନିଜ ସହିତ ସାରା ଜୀବନ ବିତାଇବା ପାଇଁ ସ୍ଥିର କରିଛନ୍ତି । ତେଣୁ ଏଥିପାଇଁ ଅନ୍ୟ କେଉଁ ପୁଅଙ୍କୁ ବିବାହ ନ କରି ନିଜକୁ ବିବାହ କରିବେ ବୋଲି କହିଛନ୍ତି । କ୍ଷମାଙ୍କ ମାତା-ପିତା ଉଭୟ ଇଞ୍ଜିନିୟର। ପିତା ଦକ୍ଷିଣ ଆଫ୍ରିକାର ଏକ କମ୍ପାନୀରେ ଚାକିରୀ କରୁଥିବା ବେଳେ ମାଆ ଅହମଦାବାଦରେ କାର୍ଯ୍ୟରତ ଅଛନ୍ତି ।












Click it and Unblock the Notifications