ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ୨ ଦୁର୍ବୃତ୍ତ,ଶରୀରରୁ ବାହାରିଲା ୭ ଗୁଳି
ପାଟନା: ବିହାରର ରାଜଧାନୀ ପାଟନାରେ ଜଣେ ବିଜେପି ନେତା ଓ ଦୁଗ୍ଧ ବୁଥ୍ ଅପରେଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଆଲମଗଞ୍ଜ ଥାନା ଅନ୍ତର୍ଗତ ବଜରଙ୍ଗପୁରୀ କେନାଲ ନିକଟରେ ଏହି ଘଟଣା ଘଟିଛି। ୫୦ ବର୍ଷୀୟ ଅଜୟ ଶାହଙ୍କୁ କାହିଁକି ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୁଳି ବାଜିବା ପରେ ବାଇକରେ ଆସିଥିବା ଉଭୟ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
୫୦ ବର୍ଷୀୟ ଅଜୟ ଶାହଙ୍କୁ ଗତ ରାତିରେ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରାଯାଇଛି। ଘର ନିକଟରେ ଅଜୟଙ୍କର ଏକ ମିଲ୍କ ପାର୍ଲର ରହିଛି। ସେ ଗତ ରାତିରେ ନିଜ ମିଲ୍କ ପାର୍ଲରରେ ଥିବା ବେଳେ ଦୁଇ ଜଣ ଯୁବକ ଏକ ବାଇକ୍ରେ ସେଠାରେ ପହଞ୍ଚିଥିଲେ। କିଛି ଜିନିଷ କିଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉକ୍ତ ଦୁଇ ଯୁବକ ଅଜୟଙ୍କୁ ଗୁଳି ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଘଟଣାସ୍ଥଳରେ ତୁରନ୍ତ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ ଟେର ମିଳି ପାରିନି। ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏସ୍ପି ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାଯାଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଗତ ରାତିରେ ଅଜୟ ମିଲ୍କ ପାର୍ଲରରେ ବ୍ୟସ୍ତ ଥିଲେ। ଏହି ସମୟରେ ଦୁଇଜଣ ଅଜଣା ଯୁବକ ଏକ ବାଇକ୍ରେ ଆସି ହଠାତ ଅଜୟଙ୍କ ମିଲ୍କ ପାର୍ଲରରେ ପହଞ୍ଚିଥିଲେ।

ସେଠାରେ ଦୁଇଜଣ ଯୁବକ ଅଜୟଙ୍କୁ କିଛି ସାମଗ୍ରୀ ମାଗିଥିଲେ। ଏହି ସମୟରେ କୌଣସି କାରଣରୁ ଦୁଇଯୁବକଙ୍କ ସହିତ ଅଜୟଙ୍କ ଝଗଡ଼ା ହୋଇଥିଲା। ଏହି ଝଗଡ଼ାକୁ କେନ୍ଦ୍ର କରି କେହି କିଛି ବୁଝିବା ପୂର୍ବରୁ ଦୁଇଜଣ ଯୁବକ ଅଜୟଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳିକାଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ମିଲ୍କ ପାର୍ଲରରେ ଜମା ହୋଇଯାଇଥିଲେ। ସଙ୍ଗେସଙ୍ଗେ ପୁଲିସକୁ ଏହି ଘଟଣା ସମ୍ପର୍କରେ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ ଅଜୟଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା।'












Click it and Unblock the Notifications