ଟିଏମସିକୁ କଟାକ୍ଷ କଲେ ପୁନାୱାଲ, କହିଲେ କିମ ଜୋଙ୍ଗ ଉନ୍ ବି ମମତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ
କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଜୋର ଧରିଛି ରାଜନୀତି। ଗୁରୁବାର ଆନ୍ଦୋଳନକାରୀମାନେ ଏହି ମେଡିକାଲ କଲେଜ ଓ ହସ୍ପିଟାଲକୁ ଧସେଇ ପଶିବା ସହିତ ଭଙ୍ଗାରୁଜା କରିଥିବା ବେଳେ ଏହା ପଛରେ ବାମ ଦଳ ଓ ବିଜେପିର ମିଳିତ ଷଡ଼ଯନ୍ତ୍ର ରହିଛି ବୋଲି ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାହାଯାଦ ପୁନାୱାଲ ।
ଉଭୟ ଗୃହ ଓ ସ୍ୱାସ୍ଥ୍ୟ ବିଭାଗକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ପାଇଁ ବିରୋଧୀଙ୍କ ନିଶାନାରେ ଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାର ସତ୍ୟକୁ ଅସ୍ପଷ୍ଟ ରଖିବାକୁ ବିରୋଧୀମାନେ ଉଦ୍ୟମ କରୁଛନ୍ତି।କୋଲକାତାରେ ଏକ ରାଲିରେ ସେ କହିଥିଲେ , ଆମେ ଚାହୁଁଛୁ ସତ ସାମ୍ନାକୁ ଆସୁ। କିନ୍ତୁ କିଛି ଲୋକ ମିଥ୍ୟା କଥା ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ସୋଶାଲ ମିଡିଆରେ ମିଛ ଖବର ପ୍ରସାରଣ କରାଯାଇ ସତକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି। ଆମେ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛୁ। ଆମେ ଚାହୁଁଛୁ ଦୋଷୀମାନଙ୍କୁ ଦଣ୍ଡ ମିଳୁ।

ବର୍ତ୍ତମାନ ଏହି ପ୍ରସଙ୍ଗରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛି ବିଜେପି । ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ବିଜେପି ମୁଖପାତ୍ର ଶାହଜାଦ ପୁନାୱାଲା କହିଛନ୍ତି, ନିକଟରେ ଆମେ ଏକ ଭୟଙ୍କର ବଳାତ୍କାର ଓ ହତ୍ୟା ଦେଖିଛୁ। ସମସ୍ତେ ରାଗିଛନ୍ତି - ଡାକ୍ତର ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ । ସମସ୍ତେ ରାସ୍ତାରେ ଯାଇ ନ୍ୟାୟ ଦାବି କରୁଛନ୍ତି। ଆର୍.ଜି କର ମେଡିକାଲରେ ଯାହା ଘଟିଥିଲା ତାହା ଉପରେ ସମସ୍ତେ ଉତ୍ତ୍ୟକ୍ତ ଅଛନ୍ତି।
ଶାହଜାଦ ପୁନାୱାଲା କହିଛନ୍ତି, ବଳାତ୍କାରୀଙ୍କୁ ବଞ୍ଚାଇବା ଟିଏମସି ସରକାରଙ୍କ ଏଜେଣ୍ଡା ନୁହେଁ। ସେ ସବୁ ସୀମା ଅତିକ୍ରମ କରିଛନ୍ତି। ଯେଉଁଠାରେ ତାଙ୍କୁ 'ଏକଛତ୍ରବାଦୀ ଶାସନ' ସଂସ୍କୃତିର ପ୍ରଚାର କରୁଥିବା ଦଳ ବୋଲି କହିବା ଠିକ ହେବ। କିମ ଜୋଙ୍ଗ ଉନ ଏବଂ ଷ୍ଟାଲିନଙ୍କ ପରି ସବୁଠାରୁ ବଡ ଏକଛତ୍ରବାଦୀ ଶାସକମାନେ ମଧ୍ୟ ମମତା ବାନାର୍ଜୀଙ୍କୁ ଆଶ୍ଚର୍ଯ୍ୟର ସହ ଦେଖିବେ।
ଗତ ଦୁଇ ଦିନ ମଧ୍ୟରେ ଯିଏ ସୋସିଆଲ ମିଡିଆରେ ଝିଇଙ୍କ ପାଇଁ କହୁଛନ୍ତି, କୋଲକାତା ପୋଲିସ ସେମାନଙ୍କୁ ଟୁଇଟ୍ ହଟାଇବା ପାଇଁ ଚିଠି ପଠାଉଛି। ଏଥିରୁ ଆପଣ କୋଲକାତା ପୋଲିସର ପ୍ରାଥମିକତା ଦେଖିପାରୁଥିବେ। ପୁନାୱାଲା କହିଛନ୍ତି , ଯଦି ମମତା ବାନାର୍ଜୀଙ୍କର ଟିକିଏ ନୈତିିକତା ବାକି ଅଛି, ତେବେ ସେ ଇସ୍ତଫା ଦେଇଦେବା ଉଚିତ୍।












Click it and Unblock the Notifications