Get Updates
Get notified of breaking news, exclusive insights, and must-see stories!

ହୃଦଘାତର ଶିକାର ହେଲେ ବରିଷ୍ଠ ବିଜେପି ନେତା, ହସ୍ପିଟାଲରେ ଭର୍ତ୍ତି

Shahnawaz Hussain Heart Attack: ହୃଦଘାତର ଶିକାର ହେଲେ ବରିଷ୍ଠ ବିଜେପି ନେତା । ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନାୱାଜ ହୁସେନ୍‌ ହୃଦଘାତର ଶିକାର ହୋଇଛନ୍ତି । ତାଙ୍କୁ ମୁମ୍ବାଇର ଲିଲାଭାଟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ଅପରାହ୍ନ ପ୍ରାୟ 4.30 ସମୟରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା।

ବିହାରର ଏହି 54 ବର୍ଷୀୟ ନେତା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ମଧ୍ୟ କାମ କରିଛନ୍ତି । ଶାହନଓ୍ୱାଜ ହୁସେନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ପରେ ତାଙ୍କୁ ପ୍ରାଇଭେଟ ୱାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

 Shahnawaz Hussain

ଇଲେକ୍ଟ୍ରୋକାର୍ଡିଓଗ୍ରାମ ଓ 2ଡି ଇକୋ ରିପୋର୍ଟ ପରେ ହସ୍ପିଟାଲରେ ଡାକ୍ତର ଜଲିଲ ପାରକର ଓ ହୃଦରୋଗ ବିଶେଷଜ୍ଞ ଡାକ୍ତର ସୁରେଶ ଭିଜନଙ୍କ ଦ୍ୱାରା ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ।

ସେହିପରି ପୂର୍ବରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେବା ପରେ ହୁସେନ୍‌ଙ୍କୁ ଅଗଷ୍ଟରେ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା । ଏହି ସମୟ ମଧ୍ୟରେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ।

କହିରଖୁ କି, ବିଜେପି ନେତା ଶାହନାୱାଜ ହୁସେନ୍ 12 ଡିସେମ୍ବର 1968 ରେ ବିହାରର ସୁପାଲରେ ଜନ୍ମଗ୍ରହଣ କରିଥିଲେ । ସେ ବର୍ତ୍ତମାନ ଦଳର ଜାତୀୟ ମୁଖପାତ୍ର ଅଟନ୍ତି । ହୁସେନ୍ ନୀତୀଶ କୁମାର ଏବଂ ଏନଡିଏ ସରକାରରେ ଶିଳ୍ପ ମନ୍ତ୍ରୀ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+