ୟୁଜିସିର ନୂଆ ନିୟମକୁ ବିରୋଧ କରି ବିଜେପି ନେତା ଦେଲେ ଇସ୍ତଫା
ୟୁଜିସିର ନୂତନ ନିୟମାବଳୀକୁ ବିରୋଧ କରି ଦଳରୁ ଇସ୍ତଫା ଦେଇଛନ୍ତି ବିଜେପି ନେତା । ଉତ୍ତରପ୍ରଦେଶ ରାୟବରେଲିର ସଲୋନ ନିର୍ବାଚନମଣ୍ଡଳୀର ବିଜେପି କିଷାନ ମୋର୍ଚ୍ଚାର ଉପାଧ୍ୟକ୍ଷ ଶ୍ୟାମ ସୁନ୍ଦର ତ୍ରିପାଠି ଇସ୍ତଫା ଦେଇଛନ୍ତି । ଶ୍ୟାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ନିଜର ଇସ୍ତଫା ପତ୍ର ଲେଖିଚନ୍ତି ।

ସେ ଲେଖିଛନ୍ତି, ଉଚ୍ଚ ଜାତିର ପିଲାମାନଙ୍କ ବିରୁଦ୍ଧରେ ଅଣାଯାଇଥିବା ସଂରକ୍ଷଣ ବିଲ୍ ଭଳି କଳା ଆଇନ ଯୋଗୁଁ ମୁଁ ମୋର ପଦବୀରୁ ଇସ୍ତଫା ଦେଉଛି । ଏହି ଆଇନ ସମାଜ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ବିଭାଜନକାରୀ ମଧ୍ୟ । ମୁଁ ବିଲ୍ ପ୍ରତି ସମ୍ପୂର୍ଣ୍ଣ ଅସନ୍ତୁଷ୍ଟ । ପ୍ରବଳ ଅସନ୍ତୋଷ ଅଛି । ମୁଁ ଏହି ସଂରକ୍ଷଣ ବିଲ୍କୁ ସମର୍ଥନ କରେ ନାହିଁ । ଏପରି ଏକ ଅନୈତିକ ବିଲ୍କୁ ସମର୍ଥନ କରିବା ମୋର ଆତ୍ମସମ୍ମାନ ଏବଂ ବିଚାରଧାରାର ସମ୍ପୂର୍ଣ୍ଣ ବିରୋଧୀ ବୋଲି ସେ ଚିଠିରେ ଳେଖିଛନ୍ତି ।












Click it and Unblock the Notifications