Get Updates
Get notified of breaking news, exclusive insights, and must-see stories!

ହରିୟାଣର ଏକଜିଟ୍ ପୋଲକୁ ନେଇ ଏଭଳି କିଛି କହିଦେଲେ ବ୍ରଜଭୂଷଣ, ରାଜନିତୀରେ ତ୍ରୀବ୍ର ହେଲା ଆଲୋଚନା

ନୂଆଦିଲ୍ଲୀ : ହରିୟାଣା, ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ମତଦାନ ଶେଷ ହେବା ପରେ ଏକଜିଟ ପୋଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶାସକ ଦଳ ବିଜେପି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳମାନଙ୍କଠାରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରାଦେଶିକ ନିର୍ବାଚନ ହାରିପାରେ ବୋଲି ଆକଳନ କରାଯାଇଛି।

ଜାତୀୟ ନିର୍ବାଚନରେ ବିଜେପି ଖରାପ ପ୍ରଦର୍ଶନ କରିବା ପରେ ଦଳକୁ ଆଉ ଏକ ଝଟକା ଲାଗିପାରେ ବୋଲି ଆକଳନ କରାଯାଇଛି। ହରିୟାଣାରେ ଏକଜିଟ୍ ପୋଲରେ କଂଗ୍ରେସକୁ ସ୍ପଷ୍ଟ ଫାଇଦା ମିଳିବାକୁ ଥିବା ଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏକଜିଟ୍ ପୋଲ ହରିୟାଣାରେ ବିଜେପିର ଏକ ଦଶନ୍ଧି ଶାସନର ଅନ୍ତକୁ ସୂଚାଉଛି। ଇଣ୍ଡିଆ ଟୁଡେ ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ସର୍ଭେରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୯୦ ରୁ ୫୯ଟି ଆସନ ପାଇବ ବୋଲି କୁହାଯାଇଛି। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ୨୧ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି।

brij bhushan

ଧ୍ରୁଭ ରିସର୍ଚ୍ଚର ଏକଜିଟ୍ ସର୍ଭେ ଅନୁଯାୟୀ ଇଣ୍ଡିଆ ମେଣ୍ଟ ରାଜ୍ୟରେ ୫୭ଟି ସିଟ୍ ପାଇବ ଏବଂ ଏନଡିଏ ମେଣ୍ଟ ୨୭ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ଏଥିସହ ଅନ୍ୟ ଦଳଗୁଡିକ ଶୂନରୁ ୬ଟି ସିଟ୍ ପାଇବେ ବୋଲି ଆଶା କରାଯାଉଛି। ସିଏନ୍ଏନ୍ ୨୪ର ଏକଜିଟ୍ ପୋଲ୍ ଅନୁଯାୟୀ ଇଣ୍ଡିଆ ମେଣ୍ଟ ରାଜ୍ୟରେ ୫୯ଟି ସିଟ୍ ପାଇବ ଏବଂ ଏନଡିଏ ମେଣ୍ଟ ୨୧ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ସମସ୍ତ ଏକଜିଟ ପୋଲ୍‌ରେ ଜମ୍ମୁ-କଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ ଏବଂ ହରିୟାଣାରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦାବି ରହିଛି।

ଏ ସମ୍ପର୍କରେ ସମସ୍ତ ରାଜନୈତିକ ଦଳର ନେତାଙ୍କ ପ୍ରତିକ୍ରିୟା ରହିଛି। ଏହି କ୍ରମରେ ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ମୁଖ୍ୟ ତଥା ଭାଜପା ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ତାଙ୍କୁ ପଚରାଯାଇଥିଲା ଯେ ଆପଣ ଭାବୁଥିବେ ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ସରକାର କିଏ ଗଠନ କରିବେ ଏଥିପାଇଁ ସେ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଆମେ ଦେଖୁଛୁ ଯେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବ। ଏଥି ସହିତ ହରିୟାଣା ବିଷୟରେ ସେ କହିଛନ୍ତି ଯେ ହରିୟାଣା ଉପରେ କହିବା ନିଷେଧ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+