ପୁଣି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ବିଜେପି ନେତା, କହିଲେ ଆତୀଶଙ୍କ ବାପା ମା...
ନୂଆଦିଲ୍ଳୀ: ବିଜେପି ନେତା ରମେଶ ବିଧୁରୀ ପୁଣି ଥରେ ବୁଧବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ଉପରେ ଏକ ନୂତନ ସମାଲୋଚନା କରି ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ସେ ଅତିଶୀଙ୍କ ବାପାମାଆଙ୍କ ବିରୋଧରେ ଆତଙ୍କବାଦ ସହ ସଂପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି। ରମେଶ କହିଛନ୍ତି କି ଅତିଶୀଙ୍କ ବାପାମାଆ ଆତଙ୍କବାଦୀ ଅଫଜଲ ଗୁରୁଙ୍କୁ ସମର୍ଥନ କରିଥିଲେ। ରାଜଧାନୀ ଦିଲ୍ଳୀରେ ଆୟୋଜିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଲକାଜିରୁ ବିଜେପି ପ୍ରାର୍ଥୀ ବିଧୁରୀ ଦାବି କରିଛନ୍ତି ଯେ ଆତିଶୀଙ୍କ ପିତାମାତା ଅଫଜଲ ଗୁରୁଙ୍କ ଫାଶୀ ବନ୍ଦ କରିବା ପାଇଁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ।

ଫେବ୍ରୁଆରି ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏହି ଅଭିଯୋଗ ଆସିଛି। ଫେବ୍ରୁଆରି ୫ ତାରିଖରେ ନିର୍ବାଚନ ହୋଇ ଫେବ୍ରୁଆରି ୮ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ପୂର୍ବତନ ବିଜେପି ସାଂସଦ ବିଧୁରୀ ଦାବି କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ପିତାମାତାଙ୍କର "ଭାରତ ବିରୋଧୀ ମାନସିକତା" ଅଛି ଏବଂ ସେମାନେ ସଂସଦ ଆକ୍ରମଣର ଅପରାଧୀମାନଙ୍କୁ ସୁରକ୍ଷା ଦେଉଛନ୍ତି। "ଅତିଶୀଙ୍କ ପିତାମାତା ଚିଠି ଲେଖିଥିଲେ କି ଅଫଜଲ ଗୁରୁଙ୍କୁ ଫାଶୀ ନଦିଆଯାଉ। ଅତିଶୀଙ୍କ ପିତାମାତା ଅଫଜଲ ଗୁରୁଙ୍କ ପାଇଁ ଏକ ଶୋକସଭା ଆୟୋଜନ କରିଥିଲେ" ବୋଲି ବିଧୁରୀ କହିଛନ୍ତି।












Click it and Unblock the Notifications