ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, କହିଲେ ମୂର୍ଖତାରେ ପରିପୂର୍ଣ୍ଣ .....
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ସଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ବିଜେପି ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ଟେକ୍ସାସର ଡାଲାସରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟ ତଥା ଯୁବପିଢିଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଭାଜପା ଏବଂ ଆରଏସଏସକୁ ସାମ୍ବିଧାନିକ ଅନୁଷ୍ଠାନ ଦଖଲ କରିଥିବା ଅଭିଯୋଗ କରିଛନ୍ତି ଏବଂ ସେ ସମ୍ବିଧାନର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ଦାବି କରିଛନ୍ତି।
ଲୋକ ସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ କହିଛନ୍ତି, ନିର୍ବାବାଚନ ପୂର୍ବରୁ ଆମେ ଦାବି କରି ଆସୁଥିଲୁ କି, ଅନୁଷ୍ଠାନଗୁଡିକ ଉପରେ କାବୁ କରାଯାଇଛି। ଆମ ପାଖରେ ଏକ ଉପଯୁକ୍ତ ଖେଳ ପଡ଼ିଆ ନାହିଁ । ଶିକ୍ଷା ବ୍ୟବସ୍ଥା ଉପରେ ଜଝଝ ନିୟନ୍ତ୍ରଣ ରଖିଛି। ମିଡିଆ ଏବଂ ଅନୁସନ୍ଧାନକାରୀ ସଂସ୍ଥା ନିୟନ୍ତ୍ରଣରେ ଅଛନ୍ତି।
ଆମେ ବାରମ୍ବାର ଏହା ବି କହୁଥିଲୁ, କିନ୍ତୁ ଲୋକମାନେ ବୁଝିପାରିଲେ ନାହିଁ। ଏହାପରେ ମୁଁ ସମ୍ବିଧାନ ଦେଖାଇବା ଆରମ୍ଭ କଲି। ଯାହାପରେ ଲୋକମାନେ ବୁଝିପାରିଲେ ଯେ, ସମ୍ବିଧାନ ହେଉଛି ଦେଶର ପ୍ରକୃତ ଶକ୍ତି। ଯଦି ସମ୍ବିଧାନ ରହିବ ନାହିଁ ତେବେ ଦେଶର ଭବିଷ୍ୟତ ବିପଦରେ ପଡ଼ିବ।
ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି, ଦେଶର ଗରିବ ଲୋକମାନେ ଏହାକୁ ଗଭୀର ଭାବରେ ଅନୁଭବ କରିଥିଲେ ଯେ ସମ୍ବିଧାନର ସୁରକ୍ଷା କରୁଥିବା ଏବଂ ଏହାକୁ ନଷ୍ଟ କରୁଥିବା ଲୋକଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇ ଯାଇଛି । ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗ ମଧ୍ୟ ବଡ ହୋଇଯାଇଛି।

ଏହା ସହ ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ବିଜେପି ସଂଖ୍ୟାଗରିଷ୍ଠତା ତଳେ ରହିଛି। ଯଦି ନିରପେକ୍ଷ ନିର୍ବାଚନ ହୋଇଥାନ୍ତା ତେବେ ବିଜେପି ଆଜି କ୍ଷମତାରେ ନ ଥାନ୍ତା। ଆଉ ରାହୁଲଙ୍କ ଏହି ମନ୍ତବ୍ୟ ଉପରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଟାର୍ଗେଟ୍ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷି ସେ କହିଛନ୍ତି, ଗାଁରେ ଗୋଟିଏ କଥା ପ୍ରଚଳିତ ଅଛି, ଶହେ ମୂଷା ଖାଇବା ପରେ ବିଲେଇ ହଜ କରିବାକୁ ଯାଇଛି ... ସ୍ୱାଧୀନତା ପରେ ଆପତ୍ତିଜନକ ରାଜନୀତି ଜାରି ରଖିଥିବା କଂଗ୍ରେସ ଶିଖମାନଙ୍କ ତଣ୍ଟିଚିପିବା ପରେ, ଏବେ ଶିକ୍ଷା ଦେବାକୁ ଚେଷ୍ଟା କରୁଛି।
ଗିରିରାଜ ସିଂ କହିଛନ୍ତି, ଯେଉଁମାନେ ଅଧିକ ଅଜ୍ଞାନୀ, ସେମାନେ ମଧ୍ୟ ସେମାନଙ୍କର ଜ୍ଞାନକୁ ଅଧିକ ପ୍ରଦର୍ଶନ କରନ୍ତି। ରାହୁଲ ଗାନ୍ଧୀ କହୁଥିଲେ ଆମେ ୪୦୦ ସିଟ ନେବୁ, ମୁଁ ଏହାକୁ ଲିଖିତ ଆକାରରେ ଦେବି, ୪୦୦ ସିଟ କୁଆଡେ ଗଲା? ଆମେ ଏତେ ବାହାସ୍ଫୁଟ କେବେ ଦେଖିନାହୁଁ। ତାଙ୍କୁ ବିରୋଧୀ ଦଳର ନେତା କହିବାକୁ ବି ଘୃଣା ଲାଗୁଛି। ରାହୁଲ ଗାନ୍ଧୀଙ୍କ ଉତ୍ତର ମୂର୍ଖତାରେ ପରିପୂର୍ଣ୍ଣ।












Click it and Unblock the Notifications