ବିଜେପି ପକ୍ଷରୁ ଆଜିଠୁ ଆରମ୍ଭ ହେଲା ୱାକ୍ଫ ସୁଧାର ଜନଜାଗରଣ ଅଭିଯାନ
ୱାକଫ୍ ସଂଶୋଧନ ଆଇନ ସଂପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଭାରତୀୟ ଜମ ଜନତା ପାର୍ଟି ପକ୍ଷରୁ ଆଜିଠାରୁ ଦେଶବ୍ୟାପୀ 'ୱାକ୍ଫ ସୁଧାର ଜନଜାଗରଣ ଅଭିଯାନ' ଆରମ୍ଭ କରାଯାଇଛି । । ଆସନ୍ତା ମାସ ୫ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ଏହି ଅଭିଯାନ ଅଧୀନରେ ଦଳୀୟ ନେତା ଏବଂ କର୍ମୀ ମୁସଲିମ ସମ୍ପ୍ରଦାୟଙ୍କ ସହ ସାକ୍ଷାତ୍ ଆଲୋଚନା କରି ୱାକ୍ଫ ସଂଶୋଧନ ଆଇନ୍ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବେ ।

ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟଠାରେ ଦଳୀୟ କର୍ମୀଙ୍କୁ ନେଇ ଏକ କର୍ମଶାଳା ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଗଦେଇ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସଂଶୋଧନ ଆଇନର ବ୍ୟବସ୍ଥାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁସଲମାନ ସଂପ୍ରଦାୟଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ୱାକଫ୍ ସଂପରିର ସ୍ୱଚ୍ଛ ଏବଂ ଦକ୍ଷ ପରିଚାଳନା ସହିତ ଏହାର ଏହାର ସୁଫଳ ପଛୁଆବର୍ଗର ମୁସଲମାନ ଏବଂ ମହିଳାଙ୍କୁ ମିଳିବ ବୋଲି ସେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।












Click it and Unblock the Notifications