ଦେଇଥିବା ପ୍ରତିଶ୍ରୁତି ରଖିଲା ବିଜେପି ; ଯମୁନା ନଦୀରେ ଆରମ୍ଭ ହେଲା ସଫେଇ କାର୍ଯ୍ୟକ୍ରମ
ଦିଲ୍ଲୀ ନର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତା'କୁ ପୂରା କରିବାକୁ ଯାଉଛି। ବିଜେପିର ପ୍ରତିଶ୍ରୁତି ତାଲିକାରେ ପ୍ରମୁଖ ସ୍ଥାନ ପାଇଥିବା ଯମୁନା ସଫେଇ କାର୍ଯ୍ୟ ରବିବାର ଦିନ ଆରମ୍ଭ ହୋଇଯାଇଛି।

ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ଏବଂ ଜାତୀୟ ରାଜଧାନୀର ମୁଖ୍ୟ ସଚିବଙ୍କ ମଧ୍ୟରେ ଏକ ବୈଠକ ପରେ ଏହି କାର୍ଯ୍ୟାଆରମ୍ଭ ହୋଇଛି। ଯେଉଁଠାରେ ଯମୁନା ନଦୀ ସଫା କରିବା ପାଇଁ ତୁରନ୍ତ ନିର୍ଦ୍ଦେଶ ଜାରି କରାଯାଇଥିଲା।
ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟରୁ ଏକ ବିବୃତି ଅନୁଯାୟୀ, ଯମୁନାରେ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ "ଚାରୋଟି ରଣନୀତି" ରହିଛି।
"ପ୍ରାରମ୍ଭରେ, ଯମୁନା ନଦୀ ସ୍ରୋତରେ ଥିବା ଅଳିଆ, ଆବର୍ଜନା ଏବଂ କାଦୁଅ ଅପସାରିତ କରାଯିବ। ଏକକାଳୀନ ନଜଫଗଡ଼ ଡ୍ରେନ୍, ସପ୍ଲିମେଣ୍ଟାରୀ ଡ୍ରେନ୍ ଏବଂ ଅନ୍ୟ ସମସ୍ତ ପ୍ରମୁଖ ଡ୍ରେନ୍ରେ ସଫେଇ କାର୍ଯ୍ୟ ଆରମ୍ଭ ହେବ," ବୋଲି ବିବୃତିରେ ଉଲ୍ଲେଖ ଅଛି।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପୂର୍ବରୁ ଯମୁନା ନଦୀ ସଫା କରିବା ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରତିଶ୍ରୁତି ଥିଲା। ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ୍ ଦାବି କରିଥିଲେ ଯେ ହରିଆଣା "ଯମୁନା ନଦୀରେ ବିଷ" ମିଶାଉଛି।
ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନ ଭାଷଣରେ ଏହା ମଧ୍ୟ କହିଥିଲେ ଯେ ବିଜେପି "ଯମୁନା ଜୀଙ୍କୁ ପରିଚୟ ପ୍ରଦାନ କରିବ''।












Click it and Unblock the Notifications