ଆପ୍ ବିରୋଧରେ ବିଜେପି ଜାରି କଲା ଆରୋପ ପତ୍ର
ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଆପକୁ ବିଜେପିର ନିଶାନା । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରକୁ ବିଜେପି ଟାର୍ଗେଟ କରିଛି । ସରକାର ବିରୋଧରେ ଆରୋପ ପତ୍ର ଆଣିଛି ଦିଲ୍ଲୀ ଭାରତୀୟ ଜନତା ପାର୍ଟି । ୧୦ ବର୍ଷ ଦିଲ୍ଲୀ ବେହାଲ ନାମରେ ଚାର୍ଜ ସିଟ ଆଣିବା ସହ ବିଭିନ୍ନ ଘୋଟାଲା ଦର୍ଶାଇ ଦିଲ୍ଲୀ ସରକାରକୁ ନିଶାନା ମାରିଛି ବିଜେପି ।
କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନୁରାଗ ଠାକୁର, ଦିଲ୍ଲୀ ବିଜେପି ମୁଖିଆ ବୀରେନ୍ଦ୍ର ସଚଦେବା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏପରି ଅଭିଯୋଗ ପତ୍ର ଜାରି ହୋଇଛି। କାର୍ଯ୍ୟକ୍ରମରେ ଆପ୍ ବିରୋଧରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଥିବା ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଇଯାଇଛି। ୧୦ ସାଲ ଦିଲ୍ଲୀ ବେହାଲ, ଦିଲ୍ଲୀ କା ଏକ୍ୟୁଆଇ ହୁଆ ୫୦୦ ପାର, ଯମୁନା ମେଁ ହେ ପଲ୍ୟୁସନ କି ବାହାର ଭଳି ଲେଖା ପ୍ରଦର୍ଶିତ କରାଯାଇଛି।

ଅଭିଯୋଗପତ୍ର ଜାରି କରି ଅନୁରାଗ ଠାକୁର କହିଛନ୍ତି, "ଆପ୍ ସରକାର ଯମୁନା ନଦୀକୁ ଅତ୍ୟନ୍ତ ଖରାପ ଢଙ୍ଗରେ ପ୍ରଦୂଷିତ କରିଛନ୍ତି। ଯମୁନା ଅତ୍ୟନ୍ତ ବିଷାକ୍ତ ହୋଇଯାଇଛି। ୨୦୨୨ର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଥିଲେ ଯେ ସେ ଓ ଲୋକମାନେ ଆସନ୍ତା ନିର୍ବାଚନ ପୂର୍ବରୁ(୨୦୨୫) ଯମୁନାରେ ଏକାଠି ବୁଡ଼ ପକାଇବେ। ୧୦ ବର୍ଷ ବିତିଗଲାଣି, ଯମୁନା ସଫା ହୋଇଛି କି? ୧୦ ବର୍ଷ ହେଲା ଅରବିନ୍ଦ କେଜ୍ରିୱାଲ କେଉଁଠି ଥିଲେ । ଦିଲ୍ଲୀ ରାଜକୋଷରେ ହଜାର କୋଟି ଟଙ୍କା ଥିଲା ମାତ୍ର ଋଣରେ ବୁଡିଛି ଦିଲ୍ଲୀ । ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।
ସେପଟେ ବିଜେପିର ଆରୋପ ପତ୍ରକୁ ନେଇ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଭାଜପା ପାଖରେ ନିର୍ବାଚନ ଲଢିବାକୁ କିଛି ଏଜେଣ୍ଡା ନାହିଁ । ଗତ ୫ ବର୍ଷ ହେବ ସେ ଦିଲ୍ଲୀବାସୀଙ୍କ ପାଇଁ କଣ କରିଛନ୍ତି । ଆପ୍ ଦିଲ୍ଲୀବାସୀଙ୍କ ପାଇଁ ବିଜୁଳି,ପାନୀୟ ଜଳ,ରାସ୍ତା, ମହିଳାଙ୍କ ଯାତ୍ରା ପାଇଁ ସୁବ୍ୟବସ୍ଥା କରିଛନ୍ତି । ସେମାନେ କଣ କରିଛନ୍ତି ।












Click it and Unblock the Notifications