ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବଡ ନିଷ୍ପତ୍ତି ନେଲା ବିଜେପି, ୬୮ ଆସନରେ ଲଢିବ ଦଳ

ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ସିଟି ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିଛି। ଏକାଧିକ ଦଳ ସହ ମେଣ୍ଟ କରି ବିଜେପି ଝାରଖଣ୍ଡରେ ନିର୍ବାଚନ ଲଢ଼ିବ। ଦଳ ଏକାକୀ ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ବାକି ୧୩ଟି ଆସନ ସହଯୋଗୀ ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାସ) ପାଇଁ ଛାଡ଼ିଛି।

Jharkhand assembly elections

ଏନଡିଏରେ ଥିବାର ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା(ହାମ) ମଧ୍ୟ ବିଜେପି ଠାରୁ ସିଟ ଚାହୁଁଥିଲା। କିନ୍ତୁ ଦଳକୁ ଝାରଖଣ୍ଡ ମେଣ୍ଟରୁ ବାଦ ଦିଆଯାଇଛି। ସେହିପରି ବାକି ରହିଥିବା ୧୩ଟି ଆସନରୁ ଏକାକୀ ଆଜସୁ ୧୦ ସ୍ଥାନରେ ପ୍ରାର୍ଥୀ ଦେବ। ବାକି ୩ଟି ଆସନରୁ ଜେଡିୟୁ ୨ଟି ଓ ଏଲଜେପି ଗୋଟିଏ ଆସନରେ ଲଢ଼ିବ।

ଝାରଖଣ୍ଡ ନିର୍ବାଚନ ଦାୟିତ୍ୱରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, "ଆଜି ଆମ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିନ। ଆମେ ଆଜି ସିଟ ଶେୟାରିଂ ଫର୍ମୁଲାକୁ ଆମ ଭିତରେ ଚୂଡ଼ାନ୍ତ କରିଛୁ। ଆସନ୍ତା ଦୁଇ ଦିନ ମଧ୍ୟରେ ଆମର କେନ୍ଦ୍ରୀୟ ନେତୃବୃନ୍ଦ ଝାରଖଣ୍ଡ ସହ ମହାରାଷ୍ଟ୍ର ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବେ।"

ସିଟ ଶେୟାରିଂ ସମ୍ପର୍କରେ ଘୋଷଣା କରାଯିବା ବେଳେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆଜସୁ ପାର୍ଟି ମୁଖ୍ୟ ସୁଦେଶ ମହତୋ ଓ ବଜେପିର ରାଜ୍ୟସଭା ପତି ବାବୁଲାଲ ମାରାଣ୍ଡି ଉପସ୍ଥିତ ରହିଥିଲେ। ରାଞ୍ଚିରେ ଥିବା ବିଜେପି କାର୍ଯ୍ୟାଳୟରେ ଏପରି ଘୋଷଣା କରାଯାଇଛି।

ବିଜେପି ପକ୍ଷରୁ ଆହୁରି କୁହାଯାଇଛି ଯେ ଦରକାର ପଡ଼ିଲେ ଶେଷ ମୁହୂର୍ତ୍ତରେ ସିଟ ଆବଣ୍ଟନରେ ସ୍ଥିତିକୁ ଦେଖି ପରିବର୍ତ୍ତନ କରାଯିବ। ଜେଏମଏମ ଓ କଂଗ୍ରେସ କେଉଁ ଭଳି ପ୍ରାର୍ଥୀ ଦେଉଛନ୍ତି, ତା'କୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯିବ ବୋଲି ବିଶ୍ୱଶର୍ମା କହିଛନ୍ତି।

୨୦୧୯ ତୁଳନାରେ ବିଜେପି ଏଥର କମ ଆସନରେ ଲଢ଼ିବାକୁ ଯାଉଛି। ବିଜେପି ୨୦୧୯ରେ ୭୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୫ଟିରେ ଜିତିଥିଲା। ଆଜୁସ ପାର୍ଟି ୫୩ଟି ଆସନରେ ପ୍ରାର୍ଥୀ ଦେଇ ୨ଟି ଓ ବାବୁଲା ମାରାଣ୍ଡିଙ୍କ ଜେଭିଏମ-ପି ସ୍ୱାଧୀନ ଭାବେ ୮୧ଟି ଯାକ ଆସନରେ ଲଢ଼ି ୩ଟିରେ ବାଜିମାତ କରିଥିଲା। ତେବେ ଜେଏମଏମ ୩୦ ଓ କଂଗ୍ରେସ ୧୬ଟି ଆସନ ଜିତିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+