ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି
ଆଗାମୀ ନିର୍ବାଚନକୁ ନେଇ ଦେଶରେ ବେଶ ରାଜନୈତିକ ମହୋଲ୍ ସରଗରମ ରହିଛି । ୨୦୨୪ ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଅରୁଣାଚଳ ବିଧାନସଭା ନିର୍ବାଚନ ପାଇଁ ୬୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ମୁକ୍ତୋ (ଏସଟି) ବିଧାନସଭା ଆସନରୁ ବିଜେପି ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କୁ ଟିକେଟ ମିଳିଛି । ତେବେ ଅରୁଣାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଜୁନ୍ ୨୦୨୪ ରେ ଶେଷ ହେଉଛି ।
BJP releases its list of candidates for the upcoming Arunachal Pradesh elections
CM Pema Khandu to contest from Mukto (ST) Assembly seat. pic.twitter.com/YvazdN7f1z
— ANI (@ANI) March 13, 2024
ଅନ୍ୟପଟେ ମାର୍ଚ୍ଚ ୧୧ ରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଏହି ତାଲିକା ଅନୁମୋଦନ କରାଯାଇଥିଲା । ବିଜେପି ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ରୀୟ ନିର୍ବାଚନ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।












Click it and Unblock the Notifications