BJP Foundation Day:ଆଜି ବିଜେପିର ୪୬ତମ ପ୍ରତିଷ୍ଠା ଦିବସ, ଅଟଳ-ଆଡଭାନୀ ବନାଇଲେ, ମୋଦି-ଶାହ ଚମକାଲେ
ଆଜି ବିଜେପିର ପ୍ରତିଷ୍ଠା ଦିବସ । ଭାରତୀୟ ଜନତା ପାର୍ଟି (ବିଜେପି) ରବିବାର ଠାରୁ ପ୍ରତିଷ୍ଠା ଦିବସ ପାଳନ କରିବ। ବିଶ୍ବର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ୪୬ ତମ ସ୍ଥାପନା ଦିବସ ପାଳନ କରୁଛି ।
6 ଏପ୍ରିଲ 1980 ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଜନ୍ମ ନେଇଥିବା ବିଜେପି ଶୂନ୍ୟରୁ ଆଜି ଶିଖରରେ ପହଞ୍ଚିପାରିଛି । ସଂଘର୍ଷ, ସଂଗ୍ରାମ ବିଚାରଧାରା, ମାନବତା, ରାଷ୍ଟ୍ରବାଦ, ସୁଶାସନ ଓ ହିନ୍ଦୁତ୍ବ ବିଚାରଧାରାକୁ ନେଇ ଦଳ ଗୋଟିଏ ପରେ ଗୋଟିଏ ଗୌରବ ଗାଥା ଲେଖୁଛି । ଅଧିକ ପଢନ୍ତୁ
ଆଜିଠାରୁ ଆମ୍ବେଦକର ଜୟନ୍ତୀ (ଅପ୍ରେଲ ୧୪) ଯାଏଁ ବିଜେପିର ଜନସଂପର୍କ ଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟରେ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ବିଜେପି ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ତେଣୁ ଏହି କାର୍ଯ୍ୟକ୍ରମକୁ ନିଆରା କରିବାକୁ ଲକ୍ଷ୍ୟ ରଖିଛି। ପ୍ରତିଷ୍ଠା ଦିବସ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

୬ ଏପ୍ରିଲ 1980 ଆଜିର ଦିନରେ ଦିବଂଗତ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ବିଜେପିର ସ୍ଥାପନ ହୋଇଥିଲା । ପ୍ରଥମ ଅଧ୍ୟକ୍ଷ ଭାବେ ଅଟଳ ବିଜେପିର ମୂଳଦୂଆକୁ ମଜବୁତ କରିବାରେ ସଫଳ ହୋଇଥିଲେ । ଆଜି ଯେଉଁ ବିଜେପି ଶାସନର ଶୀର୍ଷରେ ଅଛି, ସେହି ଦଳର ନିର୍ମାଣରେ ଅନେକ ରାଜନେତାଙ୍କ ତ୍ୟାଗ ବଳିଦାନ ରହିଛି ।
ଜନସଂଘ ବର୍ଷ 1952 ରେ ହୋଇଥିବା ଦେଶରେ ସାଧାରଣ ନିର୍ବାଚନ ଲଢିଥିଲା । କଂଗ୍ରେସର ଅଭୁତ ପୂର୍ବ ସଫଳତା ସତ୍ବେ ଜନସଂଘ 3 ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ପରେ 1957 ନିର୍ବାଚନରେ ଜନସଂଘ 4 ଟି ଆସନ ଜିତି ନିଜ ଆତ୍ମବିଶ୍ବାସକୁ ବଢାଇବାରେ ସଫଳ ହେଲା । 1962 ନିର୍ବାଚନରେ ଜନସଂଘ 14 ଟି ଆସନ ଜିତିଲା । ଫଳରେ ଧୀରେ ଧୀରେ ଜନସଂଘର ଲୋକପ୍ରିୟତା ବଢିବା ସବ 1967 ରେ ହୋଇଥିବା ଚତୁର୍ଥ ଲୋକସଭା ନିର୍ବାଚନରେ 35 ଟି ଆସନ ଦଖଲ କଲା । ପରେ 1971 ନିର୍ବାଚନରେ ଦଳ ଆସନ ସଂଖ୍ୟା 22 କୁ ଖସି ଆସିଲା ।
ଏହାପରେ ବର୍ଷ 1975-1976 ରେ ଦେଶରେ ଜରୁରୀ କାଳୀନ ସ୍ଥିତି ଲାଗୁ ହେଲା । ଇନ୍ଦିରା ଗାନ୍ଧୀଙ୍କୁ ପରାସ୍ତ କରିବା ପାଇଁ ଜନସଂଘ ସମେତ ଅନ୍ୟ ଛୋଟ ଦଳ ଗୁଡିକ ମିଶି ଜନତା ଦଳ ଗଠନ କଲେ । ଆଉ 1977 ରେ ହୋଇଥିବା ଷଷ୍ଠ ଲୋକସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି 295 ଟି ଆସନ ଜିତି ସରକାର ଗଠନ କରିଥିଲା ଜନତା ଦଳ । ହେଲେ 1980 ରେ ହୋଇଥିବା ସପ୍ତମ ଲୋକସଭା ନିର୍ବାଚନରେ ଜନତା ଦଳ କୁ ଲାଗିଥିଲା ଜବରଦସ୍ତ ଝଟକା । 295 ଆସନରୁ ଖସି ମାତ୍ର 35 ଟି ଆସନରେ ସୀମିତ ହୋଇଗଲା ।












Click it and Unblock the Notifications