ବ୍ରିଜ ଭୁଷଣଙ୍କ ପୁଅ କରନ ଭୁଷଣଙ୍କୁ ଏହି ଆସନରୁ ଟିକେଟ ଦେଲା ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲାଗି ବିଜେପି ତରଫରୁ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଉତ୍ତର ପ୍ରଦେଶର କେଶରଗଞ୍ଜ ଲୋକସଭା ଆସନ ପାଇଁ ସାଂସଦ ଥିବା ବ୍ରିଜଭୂଷଣ ସିଂଙ୍କ ବଦଳରେ ତାଙ୍କ ସାନ ପୁଅ କରନ ଭୂଷଣଙ୍କୁ ଟିକେଟ ଦେଇଛି ।

ସେହିଭଳି ବହୁପ୍ରତିକ୍ଷୀତ ରାୟବରେଲୀ ଆସନ ପାଇଁ ପାର୍ଟି ଦିନେଶ ପ୍ରତାପ ସିଂଙ୍କୁ ମଇଦାନକୁ ଓହ୍ଳାଇଛି । ସୂଚନା ଅନୁଯାୟୀ, ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ଶୋଷଣ ଅଭିଯୋଗରେ ବିବାଦରେ ରହିଥିବା ଏମପି ବ୍ରିଜ ଭୂଷଣ ଶରଣ ସିଂଙ୍କ ଟିକେଟ କାଟି ଦେଇଛି ଭାଜପା । ତାଙ୍କ ସ୍ଥାନରେ ତାଙ୍କ ସାନ ପୁଅ କରଣ ଭୂଷଣ ସିଂଙ୍କୁ ଟିକେଟ ଦିଆଯାଇଥିବା ଏବେ କୁହାଯାଉଛି ।

BJP fields Karan Bhushan Singh from Kaiserganj

ୟୁପି ରେସଲିଂ ଆସୋସିଏସନର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ସାନପୁଅ କରନ ଭୂଷଣ ସିଂ । ଏହା ବ୍ୟତୀତ କରଣ ମଧ୍ୟ ଜାତୀୟ ସ୍ତରର ସୁଟର । ସେ ଅଷ୍ଟ୍ରେଲିଆରୁ ବିଜନେସ ମ୍ୟାନେଜମେଣ୍ଟ ଉପରେ ଅଧ୍ୟୟନ କରିଛନ୍ତି । କରଣଙ୍କ ବଡ ଭାଇ ପ୍ରତୀକ ଭୂଷଣ ସିଂ ବର୍ତ୍ତମାନ ଜଣେ ବିଧାୟକ । ସୂଚନାଯୋଗ୍ୟ ଯେ କେସରଗଞ୍ଜ ଆସନରୁ ବ୍ରିଜଭୂଷଣ ଶରଣ ସିଂ ତିନିଥର ଏମପି ଅଟନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+