ବିଜେପି ଗଠନ କଲା ନିର୍ବାଚନ ଇସ୍ତାହାର କମିଟି, ରାଜନାଥ ସିଂ ହେଲେ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ମନିଫେଷ୍ଟ କମିଟି ଘୋଷଣା କରିଛି । ଏହି ତାଲିକାରେ ଅନେକ ନେତାଙ୍କ ନାମ ସାମିଲ ରହିଛି । , ଏହି ତାଲିକାରେ ଅନ୍ୟ ଦଳରୁ ଆସି ନିକଟରେ ବିଜେପିରେ ଯୋଗ ଦେଇଥିବା ନେତାଙ୍କ ନାମ ମଧ୍ୟ ସାମିଲ ରହିଛି । ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି କମିଟି ଘୋଷଣା କରିଛନ୍ତି । ରାଜନାଥ ସିଂ ଏହି ମନିଫେଷ୍ଟୋ କମିଟିର ସଭାପତି ଏବଂ ନିର୍ମଳା ସୀତାରମଣଙ୍କୁ ସଂଯୋଜକ କରାଯାଇଛି ।

ଏହି କମିଟିରେ ବିଭିନ୍ନ ରାଜ୍ୟରୁ ୨୭ ଜଣ ସଦସ୍ୟ ଅଛନ୍ତି । ମହାରାଷ୍ଟ୍ରର ପୀୟୁଷ ଗୋୟଲଙ୍କୁ ସହ-ସଂଯୋଜକ କରାଯାଇଛି । ଏଥି ସହିତ ଏଥିରେ ଅର୍ଜୁନ ମୁଣ୍ଡା, ଭୁପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ ମଧ୍ୟ ସାମିଲ ଅଛନ୍ତି ।

BJP Election Manifesto Committee

କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ମଧ୍ୟ ଏହି କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ରବି ଶଙ୍କର ପ୍ରସାଦ ଏବଂ ସୁଶୀଲ ମୋଦୀଙ୍କୁ ବିହାରର ସଦସ୍ୟ କରାଯାଇଛି । ଏଥି ସହିତ ଓପି ଧନଖର ଏବଂ ମଞ୍ଜିନ୍ଦର ସିଂ ସିରସା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଆଉ ଏଥିରେ ଓଡ଼ିଶାରେ ଜୁଏଲ ଓରାମଙ୍କୁ ସଦସ୍ୟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+