ଦିନେ ସଂସଦରେ ଭାଷଣ ଦେଇ ହୋଇଥିଲେ ପପୁଲାର, ଏବେ ଟିକେଟ କାଟିଦେଲା ବିଜେପି

ଲଦାଖ : ଲଦାଖ ସାଂସଦ ଜାମୟାଙ୍ଗ ସେରିଙ୍ଗ୍ ନାମଗ୍ୟାଲଙ୍କ ଟିକେଟ୍ କାଟିଛି ଭାରତୀୟ ଜନତା ପାର୍ଟି । ଏଥର ବିଜେପି ଲଦାଖ ଲୋକସଭାରୁ ତାଶୀ ଗ୍ଲାୟସନଙ୍କୁ ମଇଦାନକୁ ଓହ୍ଲାଇଛି । ଲଦାଖରୁ ନିର୍ବାଚିତ ହୋଇ ୨୦୧୯ ରେ ପ୍ରଥମ ଥର ପାଇଁ ସଂସଦରେ ପହଂଚିଥିବା ଜାମୟାଙ୍ଗ ସେରିଙ୍ଗ୍ ନାମଗ୍ୟାଲ ଧାରା ୩୭୦ ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଲ୍ ଉପରେ ଆଲୋଚନା ବେଳେ ଏପରି ମତ ଦେଇଥିଲେ ଯେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କର ପ୍ରଶଂସକ ହୋଇଥିଲେ ।

କିନ୍ତୁ ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ତାଙ୍କର ଟିକେଟ୍ ବାତିଲ କରିଛି । ଦଳ ତାଶୀ ଗ୍ଲାୟସନଙ୍କୁ ନାମଗ୍ୟାଲଙ୍କ ସ୍ଥାନରେ ଲଦାଖରୁ ପ୍ରାର୍ଥୀ କରିଛି । ଲୋକସଭାରେ ଆଲୋଚନା ବେଳେ ନାମଗୟାଲ ନିଜ ନିର୍ବାଚନମଣ୍ଡଳୀକୁ ଜାମ୍ମୁ କାଶ୍ମୀରରୁ ଅଲଗା କରି ଏକ କେନ୍ଦ୍ରଶାସିତ ଅଞ୍ଚଳ ଗଠନକୁ ସ୍ୱାଗତ କରୁଥିବାବେଳେ କଂଗ୍ରେସ, ପିଡିପି ଏବଂ ଜାତୀୟ ସମ୍ମିଳନୀକୁ କଡ଼ା ଟାର୍ଗେଟ କରିଥିଲେ । ସେ କହିଥିଲେ ଯେ ଏହି ତିନି ଦଳ କେବଳ ଲଦାଖର ଲୋକ ନୁହେଁ ଜାମ୍ମୁ କାଶ୍ମୀରର ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି ।

Jamyang Tsering

ସଂସଦରେ ଅନୁଚ୍ଛେଦ ୩୭୦ ଏବଂ ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ଉପରେ ଚର୍ଚ୍ଚା କରି ବେଶ ଭାଇରାଲ ହେଇଥିଲେ ଲଦାଖର ଏହି ସାଂସଦ । ଏପରିକି ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କର ପ୍ରଂଶସା କରିଥିଲେ । ହେଲେ ଏବେ ଏହି ସାଂସଦଙ୍କ ଟିକେଟ୍ କାଟି ବିଜେପି ନୂଆ ଜଣେ ପ୍ରାର୍ଥୀଙ୍କୁ ଲଦାଖରୁ ଟିକେଟ୍ ଦେଇଛି । ମଙ୍ଗଳବାର ବିଜେପି ଲଦାଖ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+