ବିରୋଧୀଙ୍କୁ ଝଟକା, ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି
ସାରା ଭାରତରେ ଏବେ ବିଜେପି ତାହାର କାୟା ବିସ୍ତାର କରି ସାରିଛି । ଅରୁଣାଚଳ ପ୍ରଦେଶରେ ପୁଣି ଭାଜପା ସରକାର। ଅରୁଣାଚଳ ପ୍ରଦେଶ ଓ ସିକିମରେ ରବିବାର ମତ ଗଣନା ଜାରି ରହିଛି। ଯେଉଁଥିରେ ଅରୁଣାଚଳରେ ଭାଜପା ୩୬ଟି ଆସନ ଜିତି ସାରିଛି।

ରାଜ୍ୟରେ ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ହୋଇଥିବାବେଳେ ଭାଜପା ଏହାକୁ ଟପି ୩୭ ଆସନ ଜିତି ସାରିଛି। ସେହିପରି ଦଳ ଆହୁରି ୮ଟି ଆସନରେ ଆଗୁଆ ରହିଛି। ଅର୍ଥାତ୍ ଭାଜପା ନେତୃତ୍ୱାଧିନ ପେମା ଖାଣ୍ଡୁ ସରକାର ଗଢିବାକୁ ଯାଉଛନ୍ତି। ଯାହାକୁ ନେଇ ରାଜ୍ୟର ଭାଜପା ଶିବିର ଉତ୍ସବ ମୁଖର ହୋଇ ଉଠିଛି। ଘୋଷଣା ପୂର୍ବରୁ ଭାଜପା କର୍ମୀ ଓ ନେତାମାନେ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେଶନ କରୁଛନ୍ତି।
ସୂଚନାଥାଉ କି, ସକାଳୁ ସକାଳୁ ଅରୁଣାଚଳରେ ମତ ଗଣନା ଜାରି ରହିଥିବାବେଳେ ଭାଜପା ଆଗରେ ଥିଲା। ଏହିକ୍ରମରେ ସେଠାରେ ପୂର୍ବରୁ ଭାଜପାର ୧୦ଜଣ ପ୍ରାର୍ଥୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି। ତେବେ ଏଠାରେ ମୁଖ୍ୟ ବିରୋଧୀ ଦଳ ଏନପିପିକୁ ୩ଟି ଆସନ ମିଳିଥିବାବେଳେ ଆଉ ୩ଟି ଆସନରେ ଆଗୁଆ ଅଛି। କିନ୍ତୁ କଂଗ୍ରେସ କେବଳ ଗୋଟିଏ ଆସନ ହାତେଇ ପାରିଛି।












Click it and Unblock the Notifications