ନିର୍ବାଚନ ପୂର୍ବରୁ ଆପ୍ ର ବଢ଼ିଲା ଶକ୍ତି , ଦଳରେ ମିଶିଲେ ଏହି ନେତା
ନୂଆଦିଲ୍ଲୀ: ମୁଣ୍ଡ ଉପରେ ଜାତୀୟ ରାଜଧାନୀର ବିଧାନସଭା ନିର୍ବାଚନ । କସ୍ତୁରବା ନଗର ବିଧାନସଭାରୁ ବିଜେପି ନେତା ରମେଶ ପହଲଓ୍ବାନ ଏବଂ ତାଙ୍କ ପତ୍ନୀ କୁସୁମଲତା (ନିଗମ ପରିଷଦ) ଆପ୍ ପାର୍ଟିରେ ସାମିଲ ହୋଇଛନ୍ତି। ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ତାଙ୍କୁ ଦଳରେ ସାମିଲ କରିଛନ୍ତି। କୁସୁମଲତା ଦ୍ବିତୀୟ ଥର ନିଗମ ପରିଷଦ ହୋଇଛନ୍ତି।
ତାଙ୍କର ପ୍ରଥମ କାର୍ଯ୍ୟକାଳ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ରହିଛି। ଏହାପରେ ୨୦୨୨ ର ନିର୍ବାଚନ ଆମ୍ ଆଦମୀ ପାର୍ଟିରୁ ଜିତିଥିଲେ। କସ୍ତୁରବା ନଗରରୁ ଏବେ ଆମ୍ ଆଦମୀ ପାର୍ଟିର ବିଧାୟକ ମଦନଲାଲ ରହିଛନ୍ତି। କୁହାଯାଉଛି ଯେ, ତାଙ୍କର ଟିକେଟ କଟିପାରେ। କେଜ୍ରିଓ୍ବାଲ କହିଛନ୍ତି, ୨୦୨୩ ରେ ରମେଶ ପହଲଓ୍ବାନ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ।

ଏହାପରେ ୨୦୧୭ ପର୍ଯ୍ୟନ୍ତ ଆପ୍ରେ ଥିଲେ, କିନ୍ତୁ କୌଣସି ଏକ କାରଣରୁ ଆପ୍ ଛାଡିଦେଇଥିଲେ ଓ ଆଜି ୭ ବର୍ଷ ପରେ ପୁଣିଥରେ ଫେରିଛନ୍ତି। ରମେଶ ପହଲଓ୍ବାନ ସ୍ପୋଟର୍ସ ବିଶେଷ ଭାବରେ ରେସଲିଂ କ୍ଷେତ୍ରରେ ବେଶ୍ କିଛି ସଂସ୍ଥା ସହ ଜଡିତ ଅଛନ୍ତି, ଏହାର ଅଧ୍ୟକ୍ଷ ଓ ସଦସ୍ୟ ମଧ୍ୟ ରହିଛନ୍ତି। ସେ ଦିଲ୍ଲୀରେ ଖୁବ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।












Click it and Unblock the Notifications