ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପତ୍ନୀଙ୍କ କାର୍ ଚୋରି
JP Nadda's Wife's Car Stolen: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର୍ ଚୋରି । ଏନେଇ ଦିଲ୍ଲୀର ଏକ ଥାନା ମାମଲା ରୁଜୁ ହୋଇଛି । ପୋଲିସ ଏହି ମାମଲା ଯାଞ୍ଚ ଆରମ୍ଭ କରିଛି । ହେଲେ ଏହାରି ମଧ୍ୟରେ ୬ ଦିନ ବିତିଯାଇଥିଲେ ମଧ୍ୟ କାର୍ ଏବଂ ଚୋରଙ୍କର କୌଣସି ଖବର ମିଳିପାରୁ ନାହିଁ । ସର୍ଭିସିଂ ପାଇଁ ଯାଇଥିବା ସମୟରେ ଗାଡି଼ଟି ଚୋରି ହୋଇଯାଇଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ଜେ.ପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଗାଡି଼ ୬ ଦିନ ଚୋରି ହୋଇଯାଇଛି । ଏନେଇ ତାଙ୍କ ଡ୍ରାଇଭର ଯୋଗିନ୍ଧର ସିଂ ମାର୍ଚ୍ଚ ୧୯ ତାରିଖରେ ଏକ ଲିଖିତ ମାମଲା ରୁଜୁ କରିଥିଲେ । ଯାହା ପରେ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ଗତ ୧୯ ତାରିଖରେ ମଲ୍ଲିକା ନଡ୍ଡାଙ୍କ ଫର୍ଟ୍ୟୁନର କାର୍ ସର୍ଭିସିଂ ପାଇଁ ଯାଇଥିବା ବେଳେ ଚୋରି ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ, ଗାଡ଼ିଟି ସର୍ଭିସ୍ ସେଣ୍ଟରରୁ ହିଁ ଚୋରୀ ହୋଯାଇଛି । ସର୍ଭିସିଂ ସେଣ୍ଟରର କର୍ମଚାରୀ ମାନଙ୍କ ପାଖରେ ମଧ୍ୟ ଗାଡ଼ି ବିଷୟରେ କୌଣସି ସୂଚନା ନାହିଁ । ଏହି ଗାଡ଼ିକୁ ଶେଷ ଥର ପାଇଁ ଗୁରୁଗ୍ରାମରେ ସ୍ପଷ୍ଟ କରାଯାଇଥିଲା ଯାହା ଏକ ସିସିଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି ।












Click it and Unblock the Notifications