Haryana Assembly Election 2024: ନିର୍ବାଚନ ଭିତରେ କଂଗ୍ରେସକୁ ଏଭଳି କିଛି କହିଦେଲେ ମୁଖ୍ୟମନ୍ତ୍ରୀ...
Haryana Assembly Election 2024: ଭୋଟ୍ ଦେଉଛି ହରିଆଣା। ହରିୟାଣାରେ ଦିନ ୧ ଟା ସୁଦ୍ଧା ମୋଟ ୩୬.୬୯ ପ୍ରତିଶତ ମତଦାନ ଗ୍ରହଣ ହୋଇଛି । ରାଜନୈତିକ ଦୃଷ୍ଟି କୋଣରୁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ। ବିଜେପି ଏଥର ନିର୍ବାଚନ ଜିତି ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ହରିଆଣା ହାତେଇବାକୁ ପ୍ରାଣମୁର୍ଛା ଉଦ୍ୟମ କରିଛି। ଆଜିର ଭୋଟିଂ ରେଜଲ୍ଟ କାହା ସପକ୍ଷରେ ଯାଉଛି ତା' ଉପରେ ନଜର।
ଆଉ ଏହା ଭିତରେ ଲଡୱା ବିଧାନସଭା ନିର୍ବାଚନମଣ୍ଡଳୀରୁ ହରିୟାଣା ସିଏମ୍ ତଥା ବିଜେପି ପ୍ରାର୍ଥୀ ନାୟବ ସିଂ ସାଇନି କହିଛନ୍ତି, "ଆମକୁ ବହୁତ ଭଲପାଇବା ମିଳୁଛି, ଲୋଟାରେ ମଧ୍ୟ କମଲ ଫୁଟୁଛି। ଲଡୱା ରେ ମଧ୍ୟ ପଦ୍ମ ଫୁଟୁଛି। ଆମେ କଂଗ୍ରେସର ଆତ୍ମୀୟତା ରାଜନୀତିକୁ ସମାପ୍ତ କରିଛୁ। " ହୁଡା ସାହେବ କେବଳ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀକୁ ଦେଖୁଥିଲେ, କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କିନ୍ତୁ ଆମ ସରକାରରେ ଆମେ ସାବକା ସାଥ୍, ସାବକା ବିକାଶ ପାଇଁ କାମ କରିଛୁ । ବିଗତ କିଛି ଦିନ ମଧ୍ୟରେ ଆମେ କରିଥିବା ସମସ୍ତ କାର୍ଯ୍ୟ । ୧୦ ବର୍ଷ ଏକୁଟିଆ ଛାଡିଦିଅ, କଂଗ୍ରେସର ୭ ପିଢ଼ି ମଧ୍ୟ ଏତେ କାମ କରିବାକୁ ସମର୍ଥ ହେବେ ନାହିଁ କି?

ଏଥର ହରିଆଣାରେ ମୁଖ୍ୟତଃ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ସିଧା ଲଢ଼େଇ ହେଉଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ। ହରିଆଣାର ୯୦ ବିଧାନସଭା ଆସନ ପାଇଁ ଏଥର ମୈଦାନରେ ଅଛନ୍ତି ୧ ହଜାର ୩୧ ଜଣ ପ୍ରାର୍ଥୀ। ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ ୨୦ ହଜାର ୬୩୨ ପୋଲିଂ ବୁଥ୍ କରାଯାଇଛି। ସବୁ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ପାଖାପାଖି ୩୦ ହଜାର ପୁଲିସ କର୍ମୀ ଓ ୨୨୫ ପାରାମିଲିଟାରୀ ନିୟୋଜିତ ଅଛନ୍ତି।












Click it and Unblock the Notifications