ନିର୍ବାଚନ ଫଳାଫଳ ପୂର୍ବରୁ ହୃଦଘାତରେ ଟଳି ପଡ଼ିଲେ ବିଜେପି ପ୍ରାର୍ଥୀ

ଗତକାଲି ସରିଲା ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ। ମଙ୍ଗଳବାର ଏଠାରେ ଶେଷ ପର୍ଯ୍ୟାୟ ଭୋଟ ଥିଲା। ତେବେ ଭୋଟ ସରିବା ପରେ ଆଜି ଟଳି ପଡିଲେ ବିଜେପି ପ୍ରାର୍ଥୀ। ଜମ୍ମୁକଶ୍ମୀରର ପୂର୍ବତନ ମନ୍ତ୍ରୀ ତଥା ପାହାଡୀ ନେତା ସୈୟଦ ମୁସ୍ତାକ ବୁଖାରୀଙ୍କ ଦେହାନ୍ତ ହୋଇଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Jammu and Kashmir Elections

ବୁଖାରୀ ସୁରନକୋଟରୁ ବିଜେପିର ପ୍ରାର୍ଥୀ ଥିଲେ। ସେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଫେବ୍ରୁଆରୀ ମାସରେ ବୁଖାରୀ ବିଜେପିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ସେ ନ୍ୟାସନାଲ କନ୍‌ଫରେନ୍ସ ପାର୍ଟିରେ ଥିଲେ।

ପୁଞ୍ଚ ଜିଲ୍ଲାର ସୁରନକୋଟରୁ ସୈୟଦ ମୁସ୍ତାକ ବୁଖାରୀ ଦୁଇଥର ବିଧାୟକ ହୋଇଛନ୍ତି। ବୁଖାରୀ ଏକଦା ନ୍ୟାସନାଲ କନ୍‌ଫରେନ୍ସ ପାର୍ଟିର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲାଙ୍କ ଅତି ନିକଟତର ଥିଲେ। ପାହାଡୀ ସମ୍ପ୍ରଦାୟକୁ ST ମାନ୍ୟତା ଦେବାକୁ ନେଇ ଫାରୁକ୍ ଅବଦୁଲ୍ଲାଙ୍କ ସହ ମତଭେଦ ହେତୁ ସେ ଫେବ୍ରୁଆରୀ ୨୦୨୨ରେ ଦଳ ସହିତ ତାଙ୍କର ଚାରି ଦଶନ୍ଧି ପୁରୁଣା ସମ୍ପର୍କକୁ ଭାଙ୍ଗି ଦେଇଥିଲେ।

ଏହି ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁକୁ ନେଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ସୋଶାଲ ମିଡିଆରେ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, 'ମୁଁ ବିଜେପି ନେତା ମୁସ୍ତାକ ବୁଖାରୀ ଜୀଙ୍କ ଆକସ୍ମିତ ଦେହାନ୍ତକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+